Breaking News

ବାଇଁଶିବାଡି ସ୍ଥିତ ଲୋକନୃତ୍ୟ ଅନୁଷ୍ଠାନରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

 ସାକ୍ଷୀଗୋପାଳ ---  ସତ୍ଯବାଦୀ ବ୍ଲକ ଅର୍ନ୍ତଗତ ଲୋକକଳାଗ୍ରାମ ସାରଙ୍ଗଯୋଡିର ଦୁଇ ପ୍ରମୁଖ କଳା ଅନୁଷ୍ଠାନ ମା' କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବାଇଁଶିବାଡି ସ୍ଥିତ ଉଭୟ ଅନୁଷ୍ଠାନର ଆଖଡାଘର ଠାରେ ଅନୁଷ୍ଠାନ ଦ୍ଵୟର କର୍ମକର୍ତ୍ତା ଓ ସଦସ୍ୟ ସମବେତ ହୋଇ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ତଥା ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦର ସଂପାଦକ ରମେଶ ଚନ୍ଦ୍ର ପଲେଇ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦ ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ ସ୍ବାଧୀନତା ଦିବସର ମହତ୍ତ୍ଵ ସଂପର୍କରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ସାହୁ, ରମେଶ ଚନ୍ଦ୍ର ଦାସ ଓ ବିଜୟ କୁମାର ନାୟକ,ସୁକାନ୍ତ ମହାପାତ୍ର ଓ ଗୋପାଳ ମହାରଣା ଓ ସମୀର କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୮/୨୦୨୪----୮,୪୫ Sakhigopal News,16/8/2024

Blog Archive

Popular Posts