ସତ୍ୟବାଦୀରେ ବିଜେପିର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜୟପୁର ସମିତିସଭ୍ୟ ଦୀପକ ଶତପଥି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଦୃବଚରଣ ଦାଶ ଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କ ସହିତ ଶତାଧିକ ଯୁବକ ମାନେ ଏହି ଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସୁଆଣ୍ଡୋ ବ୍ରିଜ ଠାରୁ ଏହି ପଦଯାତ୍ରା ବାହାରି ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଶତାଧିକ ଯୁବକ ମାନେ ହାତରେ ଜାତୀୟ ପତାକା ଧରି ବିଭିନ୍ନ ସ୍କୋଗାନ ଦେଇ ଐତିହ୍ୟ ଗ୍ରାମ ସୁଆଣ୍ଡୋ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଷଠିଘରେ ପହଞ୍ଚିଥିଲେ । ଷଠିଘର ଓ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ସଂଗ୍ରାଳୟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୪---୭,୨୦ Sakhigopal News, 16/8/2024