Breaking News

ରାସ୍ତା କରରେ ଶୋଇଥିବା ବାଛୁରୀ ଉପରେ ଚଡିଗଲା ମୋ ବସ ଅଳ୍ପକେ ବର୍ତ୍ତଗଲେ ୩୦ ଜଣ ଯାତ୍ରୀ

 


 ସାକ୍ଷୀଗୋପାଳ---- ୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ମୋ ବସ  ରାସ୍ତା କରରେ ଶୋଇଥିବା ଦୁଇଟି ବାଛୁରୀଙ୍କୁ ଗାଡି ଚଡାଇଦେଲା । ଘଟଣା ସ୍ଥଳରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ଅନ୍ୟ ଏକ ବାଛୁରୀ ଗୁରୁତର ଭାବେ ଆହତ ହୋଇଛି । ଗାଡି ଚାଳକଙ୍କର ଅସବାଧାନତା ଯୋଗୁ ଏକ ବଡ ଦୁର୍ଘଟଣାରୁ ଯାତ୍ରୀ ମାନେ ରକ୍ଷା ପାଇଯାଇଛନ୍ତି ବୋଲି ଜଣାପଡିଛି ।  ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ବ୍ଳକ ଛକ ପଛକୁ ରାସ୍ତାର ଡିଭାଇଡକୁ ଲାଗି ଦୁଇଟି ବାଛୁରୀ ଶୋଇଥିଲେ । ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ ମୋ- ବସ ନଂ ଓଡି- ୩୩-ଭି- ୩୫୦୬ ବସଟି ପାସେଞ୍ଜର ନେଇ ପୁରୀ ଅଭିମୁଖେ ଯାଉଥିଲା । ମାତ୍ର ଗାଡି ଚାଳକଙ୍କର ଅସବଧାନତା ଯୋଗୁ ରାସ୍ତା କରରେ ଶୋଇଥିବା ନୀରିହ ବାଛୁରୀ ଦୁଇଟି ଉପରେ ଗାଡି ଚଡିଯାଇଥିଲା । ଯାହା ଫଳରେକି ଘଟଣା ସ୍ଥଳରେ ଗୋଟଇଏ ବାଛୁରୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ବାଛୁରୀ ଅଳ୍ପକେ ରକ୍ଷା ପାଇଯାଇଛି । ରାସ୍ତାରେ ଯାଉଥିବା ବାଟେଇ ମାନେ ତୁରନ୍ତ ଗାଡିକୁ ଅଟକାଇବା ସହ ତୁରନ୍ତ ବାଛୁରୀକୁ ଚିକିତ୍ସା ପାଇଁ  ପ୍ରାଣୀଚିକିତ୍ସାର ଆମ୍ବଲାନସ୧୯୬୨ ନମ୍ବରକୁ ଯୋଗାଯୋଗ କରିଥିଲେ ମଧ୍ୟ ଉକ୍ତ ନମ୍ବରଟି ଲାଗିନଥିଲା । ଶେଷରେ ସ୍ଥାନୀୟ କିଛି ଯୁବକ ମାନେ ରାସ୍ତାରେ ଯାଉଥିବା ଅଟୋ ଗାଡିକୁ ଅଟକାଇ ସାକ୍ଷୀଗୋପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଅନ୍ୟ ପକ୍ଷେ ସାକ୍ଷୀଗୋପାଳ ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଅଟକ ରଖି ସେଥିରେ ଥିବା ଯାତ୍ରାୀ ମାନଙ୍କୁ ଅନ୍ୟ ଗାଡିରେ ପଠାଇ ଦେଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୮/୨୦୨୪---୮,୧୦    Sakhigopal News, 7/8/2024

Blog Archive

Popular Posts