Breaking News

ବ୍ୟୟ ହେବ ୨୦ ଲକ୍ଷ ରୁ ଉର୍ଦ୍ଧ୍ ଟଙ୍କା ; ବେସରକାରୀ ଅନୁଷ୍ଠାନକୁ ହସ୍ତାନ୍ତର ହେବ ପରିଚାଳନା ଦାଇତ୍ୱ



କୋଣାର୍କ:--- ବିଶ୍ୱଐତିହ୍ୟ କୋଣାର୍କକୁ ଏକ ଅନ୍ତର୍ଜାତୀୟ ସ୍ତରୀୟ ରୂପରେଖ ଦେବାପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ଚାଲିଛି ।   ଏବେ କୋଣାର୍କ ଏନ ଏସି ରେ ନୂତନ ଭାବେ ଯୋଗ ଦେଇଥିବା କାର୍ଯ୍ଯନିର୍ବାହୀ ଅଧକାରୀ ଶ୍ୱେତପଦ୍ମା ଧଳ ଙ୍କ ପ୍ରଚେଷ୍ଠା ରେ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ କୁ ଏକ ସୁନ୍ଦର ରୂପରେଖ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ବିଶେଷ କରି କୋଣାର୍କ କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ନିମନ୍ତେ ପୂର୍ବରୁ ଦୀର୍ଘଦିନ ହେବ ପଡିରହିଥିବା ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡିକ  ଖୁବ କମ ଦିନରେ ଶେଷ   କରି ପ୍ରଶଂସିତ ହୋଇଥିଲେ ଏନଏସି କାର୍ଯ୍ଯନିର୍ବାହୀ ଅଧିକାରି । ବହୁ ପ୍ରତୀକ୍ଷିତ ଓ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକମାନଙ୍କର ଦାବି ମୁତାବକ ଚନ୍ଦ୍ରଭଗା ରେ ଅବସ୍ଥିତ ପୌରାଣିକ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀକୁ ସୁରକ୍ଷିତ ରଖିବା ସହିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରତେକ ଦିନ ବ୍ୟବହାର ଯୋଗ୍ୟ କରିବା ଲକ୍ଷ୍ୟ ନେଇ କୋଣାର୍କ ଏନଏସି ପକ୍ଷରୁ ଖୁବ ଶୀଘ୍ର ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ସୌନ୍ଦର‌୍ୟ୍ୟକରଣ  କରାଯିବ ବୋଲି ସୂଚନା ମିଳିଛି ।ଏ ନେଇ କୋଣାର୍କ ଏନଏସି ପକ୍ଷରୁ ଡିପିଆର ଓ ଏହାର ଡ଼ିଜାଇନିଂ କରିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ଜଣାପଡିଛି ।ଡିପିଆର ଓ ଡ଼ିଜାଇନିଂ ଅନୁମୋଦନ  ହେବାପରେ ଆବଶ୍ୟକ ସମସ୍ତ ଅର୍ଥ ଯୋଗାଇ ଦିଆଯାଇ କାମ ଆରମ୍ଭ କରାଯିବା ପାଇଁ କାଉନସିଲ ବୈଠକରେ ରେଜୁଲେସନ କରାଯାଇ ନିଷ୍ପତି ନିଆଯାଇଛି । ସୁଚନା ମୁତାବକ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ଚନ୍ଦ୍ରଭାଗା ତୀର୍ଥପୁସ୍କରଣୀ କୁ ଖୋଳାଯାଇ ଏହାକୁ ଗଭୀରତା କରାଯିବ ଓ ତୀର୍ଥପୁସ୍କରଣୀରୁ ଜଳ ନିଷ୍କାସିତ କରାଯିବା ପାଇଁ ସ୍ବତନ୍ତ ବ୍ୟବସ୍ଥା କରାଯିବ। ସବୁଦିନ ତ୍ରୀଥପୁସ୍କରଣୀ ଜଳ କିପରି ପରିଷ୍କାର ପରିଚ୍ଛନ୍ନ ରହିପାରିବ ସେଥିପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବିଶେଷ ଭାବେ ଲୋକମାନଙ୍କ ଦ୍ବାରା ତ୍ରୀଥପୁଷ୍କରଣୀକୁ ବିଭିନ୍ନ କାର୍ଯ୍ଯରେ ଆସି ଅଳିଆ ଆବର୍ଜନା କରିବା ଓ ଅବାଧ ପ୍ରବେଶକୁ ରୋକାଯିବା ପାଇଁ ତ୍ରୀଥପୁଷ୍କରଣୀ ଚାରିପଟେ ସ୍ବତନ୍ତ ଷ୍ଟିଲ ଗେଟ ଲଗାଯିବ ।  ପ୍ରାଚେରୀକୁ ଷ୍ଟିଲ ଗ୍ରୀଲ ଲଗାଯାଇ ସୁରକ୍ଷିତ ରଖାଯିବ । ତ୍ରୀଥ ପୁଷ୍କରଣୀକୁ ଏକ ସ୍ୱତନ୍ତ୍ର ରୂପରେଖ ଦେବାପାଇଁ ଏହାର ସୌନ୍ଦର‌୍ୟ୍ୟକରଣ କରିବା ନିମନ୍ତେ ମୁଖ୍ୟ ପ୍ରବେଶ ପଥରେ "ଚନ୍ଦ୍ରଭଗା ତ୍ରୀଥପୁଷ୍କରଣୀ ଲେଖା ଥୁବା ଷ୍ଟିଲର ସ୍ୱତନ୍ତ୍ର ଭାବେ ନିର୍ମିତ ସ୍ୱାଗତ ଗେଟ ନିର୍ମାଣ କରାଯିବା ସହିତ ଉଜ୍ବଳ ଆଲୋକର ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ ମାନଙ୍କ ସ୍ନାନ ସମୟରେ ଉଭୟ ମହିଳା ଓ ପୁରୁଷଙ୍କ ନିମନ୍ତେ ବସ୍ତ୍ର ବଦଳାଇବା ନିମନ୍ତେ ଦୁଇଗୋଟି ଉନ୍ନତଧରଣର ସ୍ବତନ୍ତ ଗୃହ ଉଭୟ ପାର୍ଶ୍ଵରେ  ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି।  ଏହାର ସଠିକ ରକ୍ଷଣାବେକ୍ଷଣ ନିମନ୍ତେ କୋଣାର୍କ ଏନଏସି ପକ୍ଷରୁ ଏହାର ପରିଚାଳନା ଦାଇତ୍ୱ ବେସରକାରୀ ଅନୁଷ୍ଠାନକୁ ଟେଣ୍ଡେର ମାଧ୍ୟମରେ ହସ୍ତାନ୍ତର କରାଯିବ । ମାଘମେଳା ସମୟକୁ ଛାଡି ଅନ୍ୟ ଦିନ ମାନଙ୍କରେ ପରିଚାଳନା ଦାଇତ୍ୱ ନେଇଥିବା ଅନୁଷ୍ଠାନ ପକ୍ଷରୁ ତ୍ରୀଥପୁଷ୍କରଣୀ ସ୍ୱଚ୍ଛତା ଓ ପରିଷ୍କାର ପରିଛନ୍ନ ରଖିବା ପାଇଁ ଏନଏସି ଦ୍ୱାରା ନିର୍ଦ୍ଧାରିତ ଧାର୍ଯ୍ୟ ଶୁଳ୍କରେ  ଶ୍ରଦ୍ଧାଳୁ ମାନଙ୍କ ଠାରୁ ଆଦାୟ କରାଯିବ । କୋଣାର୍କ ଏନଏସି ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀର ସୌନ୍ଦର‌୍ୟ୍ୟକରଣ ଓ ପୁନଃଉଦ୍ଧାର କାର୍ଯ୍ୟ କରାଯିବାକୁ ନେଇ ନିଷ୍ପତିକୁ ବିଭିନ୍ନ ଧାର୍ମିକ ସଂଗଠନ ମାନଙ୍କ ପକ୍ଷରୁ ସ୍ୱାଗତ କରିଛନ୍ତି । 

କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୭/୮/୨୦୨୪----୮,୪୫ Sakhigopal News, 7/8/2024


Blog Archive

Popular Posts