Breaking News

 
ବରଗଡ଼ --- ବରଗଡ ଜିଲ୍ଲା ଆଦିବାସୀ ସଂଘ ଆନୁକୂଲ୍ୟରେ  ଜିଲ୍ଲା ସଭାପତି କୁଞ୍ଜ ବିହରୀ ଭୋଇ ଅଧ୍ୟକ୍ଷତାରେ ଜିଲ୍ଲା ଆଦିବାସୀ କାର୍ଯ୍ୟାଳୟ ବରଗଡ ଠାରେ ମହାସମାରୋହରେ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଏଥିରେ ଜିଲ୍ଲା ଆଦିବାସୀ ସଂଘ   ସମ୍ପାଦକ ଶୁଶିଲ କୁମାର ଭୂଏ, ସହଁରା ସମାଜ ର ସଭାପତି ଚତୁର୍ଭୁଜ ଭୋଇ, ଉପସଭାପତି ଶୀମତୀ ସୁରେଖା ଭୂଏ, ବିଜେପୁର ସଭାପତି ବୀରେନ ମିର୍ଧା, ବରପାଲି ସଭାପତି ତରଣୀ ଛତ୍ରିଆ, ସମ୍ପାଦକ ଜଗନ୍ନାଥ ଭୂଏ, ଷଷ୍ଠ ଭୂଏ, ଗଜାନନ ଭୂଏ, ସାବିତ୍ରୀ ଭୂଏ ଯୋଗ ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟ ଉନ୍ନତି ପାଇଁ ସ୍ଵ ସ୍ଵ ବକ୍ତବ୍ୟ ଓ ମତ ପ୍ରଦାନ କରିଥିଲେ। ଏହି ସମୟରେ ବିଭିନ୍ନ ବ୍ଲକ ପ୍ରତିନିଧି ମାନଙ୍କ ସହିତ ବହୁ ସଂଖ୍ଯାରେ ଆଦିବାସୀ, ଭାଇଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଜୟଦେବ ଭୂଏ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୮/୨୦୨୪----୭,୫୦ Sakhigopal News,9/8/2024

Blog Archive

Popular Posts