ବିଦ୍ୟୁତ୍ ତାର ଚୋରଦଳ ଗିରଫ, ଚୋରି ସାମଗ୍ରୀ ଜବତ
ଭଞ୍ଜନଗର - ବୁଲି ବୁଲି କେବଳ ବିଦ୍ୟୁତ୍ ତାର ଚୋରି କରୁଥିଲେ । ଶେଷରେ ପୋଲିସ ହାତରେ ଧରାପଡି ଗିରଫ ହେଲେ ଏବଂ ଜେଲ୍ ଗଲେ । ପୋଲିସ ଏହି ଘଟଣାର ଅଧିକ ଖୋଳତାଡ ଜାରି ରଖିଛି । ଭଞ୍ଜନଗର ଥାନାଧିକାରୀ ଦେଇଥିବା ସୂଚନା ପ୍ରକାରେ, ଗତ କିଛିଦିନ ତଳେ ଗୋଲାପଡା ଏବଂ ବେଲଗୁଣ୍ଠା ଥାନା ଅଞ୍ଚଳରୁ ବିଦ୍ୟୁତ୍ ତାର ଚୋରି ହୋଇଥିଲା । ଏନେଇ ଥାନା ରେ ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଶେଷରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ଭଂଜନଗର ପୋଲିସ । ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଗଙ୍ଗା ନାୟକ, ଗୋବିନ୍ଦ ପ୍ରଧାନ ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ବେତାର ଗ୍ରାମର କେଶବ ନାୟକ କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଚୋରି ବିଦ୍ୟୁତ୍ ତାର ଜବତ କରାଯାଇଛି । ଥାନା କେଶ ନଂ ୬୯୫/୨୪ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି, ଥାନାଧିକାରୀ କୁମାର ମୁଦୁଲି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୮/୨୦୨୪----୯,୨୦ Sakhigopal News,2/8/2024