ସତ୍ୟବାଦୀ ଶିକ୍ଷା ମଣ୍ଡଳ ସ୍ତରୀୟ କ୍ରିଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସାକ୍ଷୀଗୋପାଳ ----ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପରିସରରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ସ୍ତରୀୟ କ୍ରିଡା ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରୁ ବିଭିନ୍ନ ପଞ୍ଚାୟତର ୨୫ ଗୋଟି ହାଇସ୍କୁଲର କ୍ରିଡା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ଯାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ବୌଠକରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ସୁଚିତ୍ର ଖଟେଇ ପ୍ରାରମ୍ଭିକ ସୂଚନା ଦେବା ସହ ଗତବର୍ଷ ଅନୁଷ୍ଟିତ ମଣ୍ଡଳ ସ୍ତରୀୟ ବିଭିନ୍ନ କ୍ରିଡା ପ୍ରତିଯୋଗିତାର ବିବରଣି ପଠନ କରିଥିଲେ। ତିନୋଟି କମିଟି ଗଠନ କରାଯାଇ ସୁଚାରୁ ରୂପେ କ୍ରିଡା ପ୍ରତିଯୋଗିତା ଗୁଡିକ ସମାପନ କରିବାକୁ ନିଷ୍ପତି ବୈଠକରେ ନିଆଯାଇଛି। କ୍ରିଡା ଶିକ୍ଷକ ଲିଙ୍ଗରାଜ ସାହୁ,ସନ୍ଦିପ ତ୍ରିପାଠୀ ଓ କ୍ରିଡା ଶିକ୍ଷୟିତ୍ରୀ ଚିନ୍ମୟୀ ମହାନ୍ତି, ପୁଷ୍ପାଞ୍ଜଳି ଜେନା ଓ ମୌସୁମୀ ଦାଶ ଆଦି ପରିଚାଳନା ରେ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କ୍ରିଡା ଶିକ୍ଷକ ନିଶାକର ଶତପଥି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୨/୮/୨୦୨୪----୮,୨୫ Sakhigopal News,2/8/2024