ଦଶବାଟିଆ ଯଜ୍ଞ କମିଟି ପକ୍ଷରୁ ବୃକ୍ଷ ରୋପଣ
କୋଣାର୍କ --- ଆଜି ପୂର୍ବାହ୍ନରେ ଦଶବାଟିଆ ଯଜ୍ଞ କମିଟି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ସୁସ୍ଥ ରଖିବା ଏବଂ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ କମିଟିର ସଦସ୍ୟମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ବୃକ୍ଷ ମଣିଷ ଲିଙ୍ଗରାଜ ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷ ପ୍ରେମି କ୍ଷେତ୍ରମୋହନ ପ୍ରଧାନ, ରମେଶ ଚନ୍ଦ୍ର ନାୟକ,ସର୍ବେଶ୍ଵର ପାଢି, ଧବଳେଶ୍ଵର ବେହେରା, ସୈର୍ୟ୍ୟ କୁମାର ବିଶ୍ଵାଳ, କ୍ଷେତ୍ରବାସୀ ବେହେରା, ତ୍ରିଲୋଚନ ଜେନାଙ୍କ ସମେତ ଯଜ୍ଞ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ । ଯଜ୍ଞ ପୁଷ୍କରିଣୀ ନିକଟରେ ନଡ଼ିଆ ଗଛ ଲଗାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ବିଭିନ ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ଥିଲେ । ନିଜ ପରିବେଶକୁ ସୁସ୍ଥ ରଖିବା ସହ ବଳୟ ସୃଷ୍ଟି କରିବା ଏବଂ ପୃଥିବୀକୁ ଗ୍ଲୋବାଲ ଓ୍ବାର୍ମିଙ୍ଗରୁ ରକ୍ଷା କରିବାପାଇଁ ବୃକ୍ଷ ମଣିଷ ଲିଙ୍ଗରାଜଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରସଂଶା କରିଥିଲେ ।
କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୭/୮/୨୦୨୪----୮,୫୫ Sakhigopal News, 7/6/2024