Breaking News

ସାକ୍ଷୀଗୋପାଳରେ ସବୁଟି ଉଡିଲା ତ୍ରିରଙ୍ଗା



ସାକ୍ଷୀଗୋପାଳ---- ସତ୍ୟବାଦୀରେ  ସରକାରୀ ଶିକ୍ଷା, ସ୍ୱାସ୍ଥ୍ୟ, ରେଳୱ, ଅଗ୍ନିଶମ, ବକଳୁବନ, ପଞ୍ଚସଖାପୀଠ, ମନ୍ଦିର କାର୍ଯ୍ୟାଳୟ,  ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଳବ ଘର , ପ୍ରେସ କ୍ଳବ ସାକ୍ଷୀଗୋପାଳ, କୃଷି ବିଭାଗ, ଆତ୍ମା, କାଦୁଆ ଆଶ୍ରମ, ଉଦ୍ୟାନ ବିଭାଗ. ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି, ଯୋଗ ସମିତି , ବକୁଳବନ ପଞ୍ଚସଖା ମଣ୍ଡପ,  ସୁଆଣ୍ଡୋ ଆଦି  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।   ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ବିଡିଓ ଲିପିସା ରାୟଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ଓ ବ୍ଳକର ର୍କମଚାରୀ ମାନେ ଉପସ୍ଥିତ ରହିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର  ପତକା ଉତ୍ତୋଳନ କରିଥିବା ବେଳେ  ସତ୍ୟବାଦୀ ଥାନାରେ ଭାରପ୍ରାପ୍ତ ଅଧିକାରୀ ଉମେଶ ସାହୁ  ପତକା ଉତ୍ତୋଳନ କରିଥିଲେ । ଗ୍ରାମ କୃଷି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ  ରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହନ୍ତାସିଂ ପତାକା ଉତ୍ତୋଳନ କରିଥିଲେ । ସତ୍ୟବାଦୀ ବ୍ଳକର ଲୋକକଳା  ଗ୍ରାମ ବାଉଁଶବାଡିରେ  ମା କ୍ଷେତ୍ରପାଳ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟୁ ପରିଷଦ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।  ସେହିପରି ସତ୍ୟବାଦୀ ପତଞ୍ଜଳି ଯୋଗ  ପରିବାର ପକ୍ଷରୁ  ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ପତାକା ଉତ୍ତୋଳନ କରିଥିଲେ ।  ସେହିପିର ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସି ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ । ଅଗ୍ନିଶମ, ଜଳସେଚନ, ପୂର୍ତ୍ତବିଭାଗ, କାଦୁଆଠାରେ ଥିବା ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ , ବିଦ୍ୟୁତ ବିଭାଗ, ଚନ୍ଦନପୋଖରି ଉପରେ ଥିବା ଷ୍ଟାର ଆଣ୍ଡ ଷ୍ଟାଇଲି କ୍ଳବ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ବିଜେପି ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଜୟପୁର ସମିତିସଭ୍ୟ ଦୀପକ ଶତପଥି ଓ ଅନ୍ୟ ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏନସିସି ଓ ସ୍କାଉଟ ଗାଇଡି ପିଲା ମାନଙ୍କ ସହିତ ଅନ୍ୟ ପିଲା ମାନେ ପ୍ୟାରେଡ କରି  ବଜାର ଦେଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେହିପରି ବାସୁକେରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ପିଲା ମାନେ ବିଭିନ୍ନ ବେଶ ହୋଇ ପ୍ୟାରେଡରେ ବଜାର ପରିକ୍ରମା କରିଥିଷଲ । ଯାହାକି ସବୁଠାରୁ ବଡ ଆକର୍ଷଣ ସାଜିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୮/୨୦୨୪---୭,୨୦    Sakhigopal News, 16/8/2024

Blog Archive

Popular Posts