ଜିଲ୍ଲା ମେଡିକାଲ ବୋର୍ଡ ଅଣ ଦେଖା କରୁଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ; ଏକ ମାସ ମଧ୍ୟରେ ସମାଧାନ ନ ହଲେ ରାସ୍ତାକୁ ଓହ୍ଲାଇବେ ଶହ ଶହ ଦିବ୍ଯାଙ୍ଗ
ଭଞ୍ଜନଗର:--- ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ, ୨୦୧୬ ଅନ୍ତର୍ଗତ ୨୧ ପ୍ରକାର ଭିନ୍ନକ୍ଷମ,ଦିବ୍ୟାଙ୍ଗ ଓ ତାହାର ଚିହ୍ନଟ କରଣ ପାଇଁ ସରକାରଙ୍କ ବହୁ ବିଦ୍ଧି ଯୋଜନା ରହିଅଛି I ବହୁ ବର୍ଷ ସ୍ଥାନୀୟ ଦାବି ଓ ବ୍ରହ୍ମପୁର ନଯାଇ ଭଞ୍ଜନଗର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଜିଲ୍ଲା ମେଡିକାଲ ବୋର୍ଡ କରିବା ନିମିତ ବେସରକାରୀ ସାମାଜିକ ସଂଗଠନ ସମୂହ ଓ ଓଡିଶା ବିକଳାଙ୍ଗ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରI ଯାଇଥିଲା । ଯାହାକୁ ଗୁରୁତ୍ଵ ଭାବି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ,ବ୍ରହ୍ମପୁରଙ୍କୁ ସ୍ତାୟି ମେଡିକାଲ ବୋର୍ଡ ବସିବା ପାଇଁ ଆଦେଶ ଦେଇଥିଲେ । ଯାହାର ପତ୍ର ସଖ୍ୟI ୧୩୩୪୧ ତାରିଖ ୧୯ ସେପ୍ଟେମ୍ବର ୨୦୨୨ । ମାସର ପ୍ରତି ୧୨ ତାରିଖରେ ବିଭିନ୍ନ ଭିନ୍ନକ୍ଷମ ମIନକୁ ପ୍ରମାଣ ପତ୍ର ଦେବା ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା ହେଲା । ଯାହା ଅଞ୍ଚଳର ବହୁ ଦିବ୍ୟାଙ୍ଗ ନିଜ ଅଞ୍ଚଳରେ ପ୍ରମାଣ ପତ୍ର ପାଇପାରିବେ । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଯୋଗୁ ବିଗତ ୧୮ ମାସ ହେଲାଣି ବୋର୍ଡକୁ ଅସ୍ଥିଶଲ୍ୟ, ସ୍ନାୟୁଜନିତ ବିଶେଷଙ୍ଗ, ଚକ୍ଷୁ ଡାକ୍ତର,ମୁକବଧିର ବିଶେଷଙ୍ଗ୍ ଆସୁ ନାହାନ୍ତି । ଏହାକୁ ନେଇ ଅଭିଯୋଗ କଲେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷଣ ଡାକ୍ତର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣା ଯାଇଛି କହି ମୂହଁ ଫେରାଉଛନ୍ତି । ଯାହା ଦିବ୍ୟାଙ୍ଗ ସମାଜ ପାଇଁ ଅଣଦେଖା । ସହସହ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଲମ୍ବା ଲାଇନରେ ଛିଡ଼ା ହୁଅନ୍ତି । ଶେଷରେ ଡାକ୍ତର ଆସୁନଥିବା ହେତୁ ଅସହାୟରେ ଘରକୁ ଫେରିଥାନ୍ତି । ମେଡିକାଲରେ ମୌଳିକ ସୁବିଧା ନାହିଁ । ବୋର୍ଡର ନାମ, ତାରିଖ,ଖୋଲିବା, ବନ୍ଦ ହେବା ସମୟ ଲେଖା ଯାଇ ନାହିଁ । ତିନିଚକିଆ ସାଇକେଲ ନାହିଁ, ସହାୟକ କେହି ନାହାନ୍ତି, ରାମ୍ପ ବ୍ୟବସ୍ଥା ନାହିଁ , ପାନୀୟ ଜଳ ଯୋଗାଣ ନାହିଁ ଓ ସହାୟକ କେନ୍ଦ୍ର ଖୋଲାଯାଇ ନIହିଁ ଯାହାକୁ ଓଡିଶା ବିକଳାଙ୍ଗ ମଞ୍ଚ ତୀବ୍ର ନିନ୍ଦା କରିଛି । ମIନୁଆଲ ପ୍ରମାଣ ପତ୍ର ଅଚଳ ଓ ଡିଜିଟାଲ ଉନିକ ଆଇଡି ସ୍ମାର୍ଟ କାର୍ଡ ପ୍ରମାଣ ପତ୍ର ଜରୁରୀ ହେବା ହେତୁ ବିଭିନ୍ନ ସରକାରୀ ଯୋଜନାରୁ ଭିନ୍ନକ୍ଷମ ବାଦ ପଡିଛନ୍ତି । ରାସନ, ଭତ୍ତା, ଯାତାୟାତ, ତିନିଚକିଆ ସାଇକେଲ, ବିଭନ୍ନ ଉପକରଣ,ଶିକ୍ଷାବୃତି, ଆଶାବାଡି ଇତ୍ୟାଦି ସୁବିଧାରୁ ବଞ୍ଚିତ । ଭିନ୍ନକ୍ଷମ କର୍ମୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ ଭିନ୍ନକ୍ଷମ ପ୍ରତିନିଧି ମଣ୍ଡଳୀ ସମାଧାନ ପାଇଁ ଭଞ୍ଜନଗର ବିଧାୟକ,ଜିଲ୍ଲାପାଳ,ଛତ୍ରପୁର,ଗଞ୍ଜାମ ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ,ବ୍ରହ୍ମପୁର,ଉପ-ଜିଲ୍ଲାପାଳ,ସୁପରିଟେଣ୍ଡେଣ୍ଟ , ଭଞ୍ଜନଗର ଲିଖିତ ଆକରେ ଜଣାଇଛନ୍ତି । ଏକ ମାସ ଭିତରେ ଦାବି ଗୁଡ଼ିକ ସମାଧାନ ନହୁଏ ଶତାଧିକ ତିନିଚକିଆ ସାଇକେଲ ଧାରୀ ଦିବ୍ୟାଙ୍ଗ ରାଜ ରାସ୍ତାରେ ଧାରଣାରେ ବସିବେ । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୪-----୭,୧୦ Sakhigopal News,12/8/2024