Breaking News

ପ୍ରଗତିଶୀଳ ଗଣତାନ୍ତ୍ରିକ ସାମୁଖ୍ୟ ର ଚତୁର୍ଥ ଅଧିବେଶନ


ଭଞ୍ଜନଗର ---- ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ର ଚତୁର୍ଥ ଅଧିବେଶନ ସ୍ଥାନୀୟ ନାୟକ ଭବନ ପରିସରରେ  ଅନୁଷ୍ଠିତ ହୋଇଯାଇଛି।  ବରିଷ୍ଠ ଆଇନ ଜୀବୀ ଏହାର ଆବାହକ ଥିଲାବେଳେ ପୂର୍ବତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମାନବ ଅଧିକାର କର୍ମୀ ଆଇନଜୀବୀ ଅବନୀ ଗୟା ଅନ୍ୟ ମାନଙ୍କ ଭିତରେ ଆସିକା ର ଆଇନଜୀବୀ ସୁବ୍ରମନ୍ୟୁ ରାଓ, ସିପିଆଇଏମ ଏଲ ରେଡଷ୍ଟର ନେତା ଟୁନା ମଲ୍ଲିକ, ରବିନାରାୟଣ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆବାହକ ଶ୍ରୀ ନାୟକ ସଭା ଆରମ୍ଭରେ ପଶ୍ଚିମ ବଙ୍ଗଳା ର ଦିବଂଗତ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟଚାର୍ଯ୍ୟ ଓ ବାଉଁଶଲୁଣ୍ଡିର ପୁରୁଣା କମ୍ମ୍ୟୁନିଷ୍ଟ କର୍ମୀଚକ୍ରପାଣି ନାୟକ ଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିବା ସହ  ଦୁଇ ମିନଟ ନୀରବ ପ୍ରାର୍ଥନା  କରାଯାଇଥିଲା। ଆବାହକ ଏହି ସାମ୍ମୁଖ୍ୟ ର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ। ବିଭିନ୍ନ ଜନଆନ୍ଦୋଳନ ର ଅଗ୍ନି ଗର୍ଭ ଭିତରୁ ହିଁ ଏହି ସାମ୍ମୁଖ୍ୟ ର ଭିତ୍ତିଭୂମି ପ୍ରସ୍ତୁତ ହେବ। ତେଣୁ ଛୋଟ ବଡ଼ ଗଣ ସମସ୍ୟା କୁ ଏହି ସଂଗଠନ ହାତକୁ ନେବାପାଇଁ ସେ ଆହ୍ୱାନ ଦେବା ସାଙ୍ଗକୁ ଏହାର ଖସଡ଼ା ପ୍ରସ୍ତୁତି ପାଇଁ ଏକ କୋରକମିଟି ଗଠନ ର ପ୍ରସ୍ତାବ ରଖିଥିଲେ ।  ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା । 
ସେମାନେ ହେଲେ ସର୍ବଶ୍ରୀ ସୋମନାଥ ନାୟକ, ଅଭିମନ୍ୟୁ ଗୌଡ଼, ଟୁନା ମଳିକ, ହିମାଂଶୁ ପାଢ଼ୀ ନିରାକାର ନାୟକ, ଯୁଧିଷ୍ଠିର ଗୌଡ଼ ଓ ବୈଦ୍ୟନାଥ ସାହୁ । ରାଜ୍ୟ ମାଝୀ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରସ୍ତାବ ରଖିଥିବାରୁ  ସାମ୍ମୁଖ୍ୟ ସଂଗଠନ ସ୍ୱାଗତ କରିବା ସହ ଘୁମୁସର ଜିଲ୍ଲା ଯାହା ବହୁ ବର୍ଷ ର ଦାବୀ ତାକୁ ମଧ୍ୟ ସରକାର ଏକ ବର୍ଷ ଭିତରେ ଘୋଷଣା କରିବାକୁ ମୁଖ୍ୟ ଅତିଥି ଶ୍ରୀ ଅବନୀ ଗୟା ଜୋର ଦେଇଥିଲେ । ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ମହମଦ ତେହର, ଖଲି ବେହେରା ଏସ ଏନ ପ୍ରଧାନ, ସୁରେନ୍ଦ୍ର ବେହେରା, ବିପ୍ର ଚରଣ ନାୟକ, ସୁରେନ୍ଦ୍ର ପଟନାୟିକ, ଅରବିନ୍ଦ କୁମାର ସାହୁ ପ୍ରମୁଖ ସଭ୍ୟ ମାନେ ନିଜ ବକ୍ତବ୍ୟ ରଖି ସାମ୍ମୁଖ୍ୟ କୁ ଦୃଢ କରିବାକୁ ହେଲେ ସାଧାରଣ ଲୋକ ଙ୍କପାଖକୁଯାଇ ସରଳ ଭାଷାରେ ତାଙ୍କୁ ବୁଝାଇ ବାକୁ ହେବ ବୋଲି ମତ ପ୍ରକାଶ ପାଇଥିଲା। ଇଭିଏମ ମେସିନରେ କିପରି ଗଲତି ହେଉଛି ସେ ସମ୍ପର୍କ ରେ ଏକ ପ୍ରଚାର ପତ୍ର ବହୁଳ ସଂଖ୍ୟା ରେ ଛପା ଯାଇ ବଣ୍ଟନ କରାଯିବା ପାଇଁ ସ୍ଥିର ହୋଇଛି । ସଭାଶେଷରେ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କଲା ପରେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୪----୭,୩୫ Sakhigopal News,12/8/2024

Blog Archive

Popular Posts