Breaking News

୭୮ତମ ସ୍ଵାଧୀନତା ଦିବସରେ ରକ୍ତ ଦାନ ଶିବିର ,୩୧ୟୁନିଟ ରକ୍ତ ସଂଗୃହୀତ


 
ବରଗଡ଼ ---- ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା କେନାଲ ଛକରେ ଥିବା ଲକ୍ଷ୍ମୀ ସେଲ୍ସ ଠାରେ ନିଷ୍ଠା ପରିବାରର ସହଭାଗିତାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୂଖ୍ୟ ଅତିଥି ଭାବରେ ଲକ୍ଷ୍ମୀ ସେଲ୍ସ ର ମାଲିକ ଶ୍ରୀ ରବୀନ୍ଦ୍ର ଅଗ୍ରୱାଲ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଲକ୍ଷ୍ମୀ ସେଲ୍ସରେ କାର୍ଯ୍ୟରତ କର୍ମଚାରୀ,ନିଷ୍ଠା ପରିବାର ସଦସ୍ୟ ଓ ରକ୍ତ ଦାତା ମାନେ ଉତ୍ସାହର ସହିତ ରକ୍ତ ଦାନ କରିଥିଲେ।ଲକ୍ଷ୍ମୀ ସେଲ୍ସ ର ମାଲିକ ରବି ଅଗ୍ରୱାଲ ତାଙ୍କ ପତ୍ନୀ ରଶ୍ମି ଅଗ୍ରୱାଲ, ଭାଇ ରଥିନ୍ଦ୍ର ଅଗ୍ରୱାଲ ଓ ତାଙ୍କ ପତ୍ନୀ ରିନା ଅଗ୍ରୱାଲ ମଧ୍ୟ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା  ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ତରଫରୁ ଲକ୍ଷ୍ମୀ ସେଲ୍ସକୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିରକୁ ଲକ୍ଷ୍ମୀ ସେଲ୍ସର  ଏମ.ଡି ଇଶ୍ମାଇଲ,ଜୟବିନ୍ଦର ଝା,ରଶ୍ମିତା, ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ସମ୍ପାଦକ ଲୋକନାଥ ସାହୁ,ସଙ୍କେତ ଆଠଘରା,ଲବ ସାହୁ,ଚିତ୍ର ପ୍ରଧାନ, ଗୁଲସନ ପଣ୍ଡା,ମହିଳା ଶାଖାର ମୁଖ୍ୟ ତ୍ରିପୁରା ସୁହୁଲା, ସୂତପା ଗଡତୀଆ,ରିନା ମହାରଣା ଓ ଅନ୍ୟ ସଦସ୍ୟ ପ୍ରମୁଖ ଏହି ଶିବିର କୁ ପରିଚାଳନା କରିଥିଲେ। 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୮/୨୦୨୪----୮,୪୫ Sakhigopal News,15/8/2024

Blog Archive

Popular Posts