>>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ



     ବରଗଡ଼ ----  ବରଗଡ଼ ଜିଲ୍ଲାର ଭେଡେନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ରବିନାରାୟଣ ପାଣିଗ୍ରାହୀ ସମାଜ ସେବୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କ ଶୁଭକାମନା କରି ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ସଙ୍କୁଳ ସଂଯୋଜକ ଅଶ୍ଵିନୀ କୁମାର ବାରିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଜିଲ୍ଲା ବିଜ୍ଞାନ ପ୍ରମୁଖ ପୂର୍ଣ୍ଣିମା ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ବିଦ୍ୟାଳୟର ସମ୍ପାଦକ ମଦନ ମୋହନ ଦାଶ ଅତିଥି ଅଧିକାରୀ,ପରିଚାଳକ ଏବଂ ବିଚାରକମାନଙ୍କୁ ଉପଢୌକନ ଦ୍ଵାରା ସମ୍ବର୍ଦ୍ଧନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ୨୬୮ ଜଣ ପ୍ରତିଭାଗୀ ବିଭିନ୍ନ ପ୍ରକଳ୍ପରେ ଭାଗ ନେଇଥିଲେ ।୨୨ଜଣ ପରିଚାଳକ ଓ ୩୨ ଜଣ ବିଚାରକ ପ୍ରକଳ୍ପ ଗୁଡ଼ିକର ନିର୍ଣ୍ଣାୟକ ଭୂମିକା ନେଇଥିଲେ ।ଶିଶୁମାନଙ୍କ ଦ୍ଵାରା ସାମୂହିକ କଣ୍ଠ ସଙ୍ଗୀତ ପରିବେଷିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ନିଶାନ୍ତ ମହାରଣା ଓ ତରଙ୍ଗିଣୀ ସାହୁ ପରିଚାଳନା କରିଥିବା ବେଳେ ସମ୍ପାଦକ ମଦନ ମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ  ସରୋଜ ନନ୍ଦ ଯୋଗଦେଇଥିଲେ ।ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ,ଉପ ସଭାପତି ପ୍ରବୀଣ କୁମାର ସାହୁ,କୋଷାଧ୍ୟକ୍ଷ ଗଜାନନ ବନଛୋର  ମଞ୍ଚାସୀନ ଥିଲେ ।ଶିଶୁମାନେ ସାମୂହିକ ଗୀତ ପରିବେଷଣ କରିଥିବା ବେଳେ ଚାନ୍ଦିନୀ ସାହୁ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ।ସଙ୍କୁଳ ସଂଯୋଜକ ବୃତ୍ତ କଥନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମଟି ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା,ଗୁରୁଜୀ ଗୁରୁମା,ସେବକ ସେବିକା,ସଙ୍କୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ ଓ ମାତୃଭାରତୀ ସାହାଯ୍ୟ ସହଯୋଗ କରିଥିଲେ ।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୮/୨୦୨୪----୭,୫୫ Sakhigopal News,13/8/2024

    Blog Archive

    Popular Posts