Breaking News

ସରକାରୀ ଯୋଜନା ଆଇଇସିର ଶତକଡା୧୦ଭାଗ ଲୋକ ନୃତ୍ୟରେ ଖର୍ଚ୍ଚ ହେବା ଉପରେ ଗୁରୁତ୍ଵ



ଭଞ୍ଜନଗର: ବେଲଗୁଣ୍ଠା ବ୍ଲକ ଘୁମୁସର ନୂଆଗାଁ ଗ୍ରାମ ଅନ୍ତର୍ଗତ କଣ୍ଟାଡୋର ଗ୍ରାମରେ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସାଂସଦ ଭାରତଲୀଳାର ଶୁଭ ମୁଖ୍ୟ ଅତିଥି ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରିଶଙ୍କର ଶତପଥି ଉଦ୍ଧଘାଟନ କରିଥିଲେ । ସରକାରଙ୍କ ଯୋଜନାର ପ୍ରଚାର ଓ ପ୍ରସାର ଲୋକ ନୃତ୍ୟ ମାଧ୍ୟମରେ ଗ୍ରାମ ଲୋକାଭିମୁଖୀ ସହଜରେ ହେବା ସହ ଦୁସ୍ତକଳାକାର ସରକାରୀ ଯୋଜନାରେ ସାମିଲ ହେବା ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି ମତ ରଖିଥିଲେ I ନାଟ୍ୟଗୁରୁ ଅଶୋକ ମହାପାତ୍ର ଘୁମୁସର ଲୀଳା ସାହିତ୍ୟ ,ନାଟ୍ୟଗୁରୁ ରବିନାରାୟଣ ଦାସ ଘୁମୁସର ଲୋକନାଚର ବୈଭବ, ବାଘ ନାଚ ନାଟ୍ୟଗୁରୁ ନାରାୟଣ ମହାରଣା ଘୁମୁସର ଐତିହ ଲୋକ କଳାକାର ପ୍ରାଚୀନ ପରମ୍ପରା  ଉପରେ ମତ ରଖିଥିଲେ I ମଞ୍ଚIସୀନ ସମସ୍ତ ଅତିଥିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା I ଉତ୍କଳର ଉକ୍ତୃଷ୍ଠ, ଓଡିଶାର ବିରଳ ଘୁମୁସର ଭଞ୍ଜମାଟି ,ଉପେନ୍ଦ୍ର ଭଞ୍ଜ ନଥିଲେ ଓଡିଆ ଭାଷI ନଥାନ୍ତI ବୋଲି ମତ ପ୍ରକାଶ କରିଥିଲେ। କଳା,ସଂସ୍କୃତି,ସାହିତ୍ୟ,ସାଧନା ଓ ବୀର ଚକରା  ଭୂମି ହୋଇ ମଧ୍ୟ ଦୀପତଳ ଅନ୍ଧIର ପରି ଘୁମୁସରର ଲୋକକଳାକୁ ଅଣଦେଖା କରIଯାଉଅଛି । ସଖୀ, ଭାରତଲୀଳା,ଦ୍ଵାରୀ,ନବରଙ୍ଗୀ, ଦାଶକାଠିଆ, ଘୁଡିକି,ଢଣକୋଇଲି, ଗାହଣ,ପ୍ରହଲାଦ ନାଟକ, ରାଧାପ୍ରେମ ଲୀଳା,କୃଷ୍ଣଲୀଳା,ଘୋଡା ନାଚ, ଯୋଡି ଶଙ୍ଖ, କାଠି ନାଚ,ପାଲା,ବାଘ ନାଚ, ପଶୁ ମୁଖା ନାଚ,ଘୋଡା ନାଚ, ଦଣ୍ଡଚରିତ୍ର, ଇତ୍ୟାଦି ଦୁସ୍ତ କଳାର କ୍ଷେତ୍ର ଘୁମୁସର ଥାଇ ମଧ୍ୟ ସରକାର ଏଉପରେ ଉଦାସୀନ ହେବା ଦୁଖର କାରଣ । ଲୋକଙ୍କ ଶ୍ରଦ୍ଧା ଓ ଗୁରୁଶିଷ୍ୟ ପରମ୍ପରI ଯୋଗୁ ଏହି ଦୁସ୍ତକଳା ବଞ୍ଚିରହି ଅଛି  I ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନା ଲୋକାଭିମୁଖୀ ନିମିତ  ସମସ୍ତ ପ୍ରକଳ୍ପରେ ଏପାଇଁ ବଜେଟର ୧୦ଭାଗ ଅର୍ଥ ଆଇଇସି ପାଇଁ ବିଧିବଦ୍ଧ ବ୍ୟବସ୍ତା ରହିଅଛି।  କିନ୍ତୁ ତାହା ବାଟବରଣ ହେବା ଦ୍ଵାରା ସରକାରୀ ଯୋଜନାର ଲାଭ ସ୍ଥାନୀୟ କଳାକର ଓ ସାଧାରଣ ଲୋକେ ଶୁଭିଧାରୁ ବଞ୍ଚିତ ବୋଲି ସାଂସ୍କୃତିକ ଅନୁଷ୍ଠାନ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ମତ ପ୍ରକାଶ କରିଛନ୍ତି I ଆୟୋଜକ କେଶବ ଆଚାର୍ଯ୍ୟ ସଭାକୁ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ   I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୩-----୮,୪୫ Sakhigopal News,6/12/2023

Blog Archive

Popular Posts