Breaking News

ବାଙ୍କୀ ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବାଙ୍କୀ ମହୋତ୍ସବ ସ୍ମରଣିକା ଉନ୍ମୋଚିତ

 

ବାଙ୍କୀ  -ବାଙ୍କୀ ମହୋତ୍ସବର ଚତୁର୍ଥ  ସନ୍ଧ୍ୟାଉତ୍ସବ କଚେରୀ ପଡିଆ ଠାରେ ମହୋତ୍ସବ ସଭାପତି ତଥା ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସନ୍ଦିପନି ଗୁରୁକୁଳ ଅନୁଷ୍ଠାନ ଦ୍ୱାରା ସଙ୍ଗୀତ ଗାନ ପରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଓଡ଼ିଶାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ ବାଙ୍କୀର ଉଚ୍ଚ ସାଂସ୍କୃତିକ ଐତିହ୍ୟର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ମହୋତ୍ସବ ଆରମ୍ଭ ହୋଇଛି । ଉଚ୍ଚକୋଟୀର ସାଂସ୍କୃତିକ ବାତାବରଣ ମଧ୍ୟରେ ନୃତ୍ୟ ସଙ୍ଗୀତ ମୁଖରିତ ଉତ୍ସବଟି କଳାରେ ଋଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ । ଏହା କେବଳ ଉତ୍ସବ ନୁହେଁ, ସାଂସ୍କୃତିକ ଭାବ ବିନିମୟର ଗୋଟିଏ ପ୍ରକୃଷ୍ଠ ମଞ୍ଚ । ପାରମ୍ପରିକ କଳାର ଗୁଣାତ୍ମକ ଅଭିବୃଦ୍ଧି ହେବା ସହିତ କଳାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ଏହା ସକ୍ଷମ ହେବ ।  ବହୁ ଯୋଗଜନ୍ମା ପ୍ରତିଭାଧାରଙ୍କ ଜନ୍ମଭୂମି ଓ କର୍ମଭୂମି ଭାବେ ବାଙ୍କୀ ଖୁବ୍ ପ୍ରସିଦ୍ଧ ।  ଅନ୍ୟତମ ଅତିଥି ରାଜ୍ୟ ଘରୋଇ କ୍ରୀଡା ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତ ବେହେରା ଯୋଗଦେଇ   ଓଡ଼ିଶାର ସମବାୟ ଆନ୍ଦୋଳନର ଭିତିଭୂମି ଏହି ମାଟିରେ ହିଁ ପ୍ରତିଷ୍ଠା ହୋଇଥିଲା । ବାଙ୍କୀ ମହୋତ୍ସବ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ବୁଦ୍ଧିମନ୍ତ କରିବାରେ ସହାୟକ ହେବ ଓ ଲୁକାୟତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିପାରିବ । ଗୌରବ ମୟ ଅତିତର ରୋମନ୍ଥନ ସହ ଯୁବପିଢୀଙ୍କୁ ନିଜ ଜନ୍ମମାଟିର ଐତିହ୍ୟ ସମ୍ପର୍କରେ ଅବଗତ କରାଇବା ଦିଗରେ ବାଙ୍କୀ ମହୋତ୍ସବ ଏକ ଅଭିନବ ପଦକ୍ଷେପ ।   ମା’ଚର୍ଚ୍ଚିକାଙ୍କ ବାସସ୍ଥଳି ବାଙ୍କୀ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଏକ ପ୍ରମୁଖ ଶକ୍ତି ପୀଠ ଭାବେ ପରିଗଣିତ । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସେନାପତିଭାବେ ପଣ୍ଡିତ ଗୋବିନ୍ଦ ରଥ ଓ ନୀଳମଣି ବିଦ୍ୟାରତ୍ନ ମଧ୍ୟ ଏହି ମାଟିରେ ଜନ୍ମ ନେଇଥିଲେ । ସର୍ବପରି ବାଙ୍କୀର ରାଣୀ ଶୁକଦେଈଙ୍କ  ଅଦ୍ଭୂଦପୂର୍ବ ଦେଶପ୍ରେମ, ତ୍ୟାଗ ଓ ବିରତ୍ୱର ପଟ୍ଟାନ୍ତର ନାହିଁ । ବିଧାୟକ ତଥା ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ  ସମ୍ମାନୀତ ଅତିଥିଭାବରେ ଯୋଗଦେଇ କହିଲେଯେ ବାଙ୍କୀର ମହାନ କଳା , ଐତିହ୍ୟ, ସାଂସ୍କୃତିକ ଚେତନା ସହ ଜନଗଣଙ୍କୁ ସାମିଲ୍ କରାଇବା ଓ ଆମ ପରପିଢୀର ବଂଶ ଧରମାନଙ୍କୁ ଏହି ଭାବଧାରା ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ହିଁ ବାଙ୍କୀ ମହୋତ୍ସବ ଅନୁଷ୍ଠିତ ହେଉଛି । ଖୋର୍ଦ୍ଧା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ,ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, ଗବେଷକ ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ବିଜୟରାଜ ଖଣ୍ଡାୟତରାୟ , ବାଙ୍କୀ ବ୍ଲକ ବିଡିଓ କିଶୋର ଚନ୍ଦ୍ର ଦାସ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ।  ୨୨ବର୍ଷ ତଳେ  ବାଙ୍କୀ ବାସୀ ଯେଉଁ ସାଂସ୍କୃତିକ ଜାଗରଣର କ୍ଷଣ ଦୀପଶିକ୍ଷା ପଜ୍ଜ୍ୱଳିତ କରିଥିଲେ ତାହା ଆଜି ସମଗ୍ର ରାଜ୍ୟକୁ ପରିବ୍ୟକ୍ତ ହୋଇଛି । ବାଙ୍କୀ ମହୋତ୍ସବକୁ ୨୨ବର୍ଷ ପୁରି ୨୩ବର୍ଷ ଚାଲିଲା । ଯେଉଁ ଉଦ୍ଦେଶ୍ୟରେ “ମହୋତ୍ସବ” ଶବ୍ଦକୁ ବ୍ୟବହାର କରି ଏକ ସାଂସ୍କୃତିକ ଜାଗରଣର ଭିତି ପ୍ରସ୍ଥର ବାଙ୍କୀରେ ସ୍ଥାପନ କରାଯାଇଥିଲା ।   ମହୋତ୍ସବ ଉପସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କବି କୌଶିକ ନାୟକଙ୍କ ସଂପାଦନାରେ  “ବାଙ୍କୀ ମହୋତ୍ସବ ସ୍ମରଣିକା”  ମୁଖ୍ୟ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।  ଉପସଭାପତି ସୁବାସ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୩/୧୦/୨୦୨୨----୯,୫୦ Sakhigopal News,13/10/2022

Blog Archive

Popular Posts