ଆବାସ ଯୋଜନା ମିଳିଲାନାହିଁ; ତା ବଦଳରେ ହିତାଧିକାରୀ ଙ୍କୁ ମିଳିଛି ଆବସଯୋଜନାର ସାଇନ୍ ବୋର୍ଡ
ନୟାଗଡ--- ସରକାର ଗରିବ ଲୋକଙ୍କପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହା କେତେଦୂର ସଫଳ ହେଉଛି ତାହା ଦେଖିବାକୁ କେହି ନାହାନ୍ତି। ରାଜନେତା ଙ୍କ ଠାରୁ ସରକାରୀ କର୍ମଚାରୀ ସମସ୍ତେ ମିଳିମିଶି ଅସହାୟ, ଗରିବ, ସାଧାରଣ ହିତାଧିକାରୀ ଙ୍କୁ ଲୁଟିଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକାଘର ଯୋଗାଇ ଦେଉଥିବାର ଘୋଷଣା କରୁଛନ୍ତି ରାଜ୍ୟ ସରକାର।ତେବେ ଭଲକରି ଏହି ଘରଉପରେ ନଜର ପକାନ୍ତୁ ଏହି ଘରଟି ଚାଳଛପର ଓ ଝାଟି ମାଟିରେ ତିଆରି ବିଜୁପକା ଓ ପ୍ରଧାନମନ୍ତ୍ରୀ ଆବାସ ଘର। ବିଜୁ ପକା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ତ ମିଳିନି କିନ୍ତୁ ମିଳିଛି ଆବାସ ମିଳିଥିବାର ସାଇନବୋର୍ଡ।ଏହିସାଇନ ବୋର୍ଡକୁ ଦଳିତ ଗରିବ ମହିଳା ସାଇତି ରଖିଛନ୍ତି । ତାଙ୍କ ଭଙ୍ଗା ଚାଳ ଘରେ।ଘରତ ମିଳିନି କିନ୍ତୁ ସାଇନବୋର୍ଡତ ମିଳିଛି।ଏଥିରେ ଖୁସି ହୋଇ ରହିଛନ୍ତି ମହିଳା ହିତାଧିକାରୀ ଜଣକ।ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକସ୍ଥ ଦଳିତ ସାହିର ରିନାରାଣୀ ନାଏକ।ରିନାରାଣୀ କୁହନ୍ତି କୁମ୍ଭାର ପଡ଼ାରେ ଦୁଇ ଦୁଇଟି ଆବାସ ଘର ମିଳିଛି କିନ୍ତୁ ମୋତେ ନ ମିଳିଛି ବୋର୍ଡ । ମୋ ନାମରେ ଆସିଛି ଆବାସ ଯୋଜନା । ସୂଚନାଯୋଗ୍ ଯେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଖାମ ଖିଆଲି ମନୋଭାବ ଯୋଗୁ କୁମ୍ବାର ପଡା ପଞ୍ଚାୟତର ଆବାସ ଯୋଜନାରେ ବହୁ ଗରିବ ଶ୍ରେଣୀର ଲୋକ ବାଦ ପଡିଛନ୍ତି । ରୀନା ରାଣୀଙ୍କ ଘରକୁ କିଏ ନେଲା ଏବଂ ରିନାରାଣୀ ଙ୍କୁ ସାଇନ ବୋର୍ଡ କିଭଳି ଦିଆ ଗଲା ଏହା ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କଲେ ଖଣ୍ଡପଡ଼ା ବ୍ଲକ ର କାରନାମା ବା ଆବାସ ଦୃନୀତି ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ କହନ୍ତି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୧୦/୨୦୨୨----୯,୪୫ Sakhigopal News,17/10/2022