ବ୍ରାହ୍ମଣଖଣ୍ତି ଗ୍ରାମରେ ଏନ୍ ଏସ୍ ଏସର ସ୍ବତନ୍ତ୍ର ସେବା ଶିବିର ଉଦଯାପିତ
ବଳଙ୍ଗା -ବଳଙ୍ଗା ଥାନା ଅନ୍ତର୍ଗତ ଜାତୀୟ ସେବା ଯୋଜନା (ପୁରୁଷ) ଶାଖାର ୨ଦିନିକିଆ ସ୍ବତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି । ଏହି ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ବଳଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ବଂଶୀଧର ପ୍ରଧାନ । ମୂଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରିକ୍ଷା ଉପ-ନିୟନ୍ତ୍ରକ ତଥା ଏନ୍ ଏସ ଏସର କାର୍ଯ୍ୟକ୍ରମ ସଂଯୋଜକ ଶୁଭ୍ରାଂଶୁ କୁମାର ବେହେରା । ସ୍ବତନ୍ତ୍ର ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଇଶ୍ଵର ଚନ୍ଦ୍ର ନାୟକ, ମୂଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ତପନ କୁମାର ପଟ୍ଟନାୟ ଯୋଗ ଦେଇଥିଲେ । ୪୭ଜଣ ସ୍ବେଚ୍ଛାସେବୀଙ୍କ ସମେତ ସର୍ବମୋଟ ୫୦ଜଣ ଶିବିରାର୍ଥୀଙ୍କୁ ନେଇ ଗ୍ରାମ ସଫେଇ, ନର୍ଦ୍ଦମା ସଫା, ନଳକୂପ ସଫେଇ, ବୃକ୍ଷରୋପଣ ସହିତ ମହିଳା ସଶକ୍ତିକରଣ,ସ୍ବଳ୍ପ ସଞ୍ଚୟ, ଉନ୍ନତ କୃଷି ପଦ୍ଧତି,ଯୈ।ତୁକ ପଥା, ସରକାରଙ୍କର ବିଭିନ୍ନ ଯୋଜନା ଆଧାରିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
ମହାବିଦ୍ୟାଳୟର ଉକ୍ତ ଶାଖାର କାର୍ଯ୍ୟକ୍ରମ ଅଧିକାରୀଙ୍କ ଦ୍ବାରା ବିବରଣୀ ପାଠ କରାଯାଇଥିଲା । ଅତିଥିମାନେ ଏହି ସ୍ବେଚ୍ଛାସେବୀଙ୍କ ଜରିଆରେ ମହାବିଦ୍ୟାଳୟରେ ଶୃଙ୍ଖଳା ଆଣିବା, ନିଶାମୁକ୍ତ ପ୍ରାଙ୍ଗଣ ସୃଷ୍ଟି କରିବା ନିମିତ୍ତ ପ୍ରୋତ୍ସାହନ ଦେଇଥିଲେ ।ପୋଷ୍ୟ ଗ୍ରାମ ବ୍ରହ୍ମଣ ଖଣ୍ତିକୁ ଆଦର୍ଶ ଗ୍ରାମ ତିଆରିର ଖସଡା ପ୍ରସ୍ତୁତ କରାଇଥିଲେ। କାର୍ଯ୍ୟକ୍ରମକୁ ଡା: ପ୍ରଦୋଷ କୁମାର ପତି ସଞ୍ଚାଳନ କରିଥିଲା ବେଳେ ପୂର୍ବତନ ଛାତ୍ର ଶିବ ପଣ୍ଡାଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ବଳଙ୍ଗାରୁ ମନୋଜ କୁମାର ପ୍ରଧାନଙ୍କ ରିପୋର୍ଟ,୨୩/୧୦/୨୦୨୨---୭,୨୦ Sakhigopal News,23/10/2022