Breaking News

ଭେଡେନ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

 
ବରଗଡ଼---  ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ମାର୍ଗଦର୍ଶନରେ ପ୍ରଜ୍ଞାନ ମିଶନ୍ ତରଫରୁ ବରଗଡ ଜିଲ୍ଲାର ଭେଡେନ ସ୍ଥିତ ସୂର୍ଯ୍ଯମଣି ଜନତା ଉଚ୍ଚ ବିଦ୍ୟାଳୟରେ ଭେଡେନ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବନମାଳୀ ଦାଶ, ଶିକ୍ଷକ ଅରୁଣ ଭୁଏ, ସଂସ୍କୃତ ଶିକ୍ଷୟିତ୍ରୀ ଲବଙ୍ଗଲତା ସାହୁ, ସଂସ୍କୃତ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଦୀପ ପ୍ରଜ୍ଜ୍ବଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଭେଡେନ୍ ବ୍ଲକ୍ ରେ ପ୍ରଥମ ଥର ପାଇଁ ଆୟୋଜିତ ଶ୍ଲୋକ ଆବୃତ୍ତି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ସଂସ୍କୃତ ଶିକ୍ଷକ-ଶିକ୍ଷୟତ୍ରୀ ବିଚାରକ ଭାବେ ମୂଲ୍ଯାଙ୍କନ କରିଥିଲେ।
'କ' ବିଭାଗରେ ବରେଣ୍ଯା ପାଢୀ, ସ୍ପନ୍ଦନ ପଣ୍ଡା; 'ଖ' ବିଭାଗରେ ସ୍ଥିତିପ୍ରଜ୍ଞା ରଥ, ମୁକ୍ତାଦେଇ ଭୁଏ, ଶ୍ରିୟା ପାତ୍ର, ବବଲି ପଧାନ, ତୃଷ୍ଣା ଦୀପ, ଇତିଶ୍ରୀ ଦେହେରୀ; 'ଗ' ବିଭାଗରେ ଅପର୍ଣ୍ଣା ଦାଶ, ରଶ୍ମୀଦାଶ, ସିମ୍ରନ୍ ପ୍ରଧାନ, ଭୂମିସୂତା ମେହେର, ଇତି ଆକାଂକ୍ଷା ସାହୁ, ଶୁଚିସ୍ମିତା ପଣ୍ଡା, ତୋନିଶା ମେହେର ଆସନ୍ତା ନଭେମ୍ବର ୨୦ରେ ହେବାକୁ ଥିବା ବରଗଡ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନମାଳି ଦାଶ ,କ୍ଷିତୀଶ ବେହେରା, ପ୍ରତାପ ପ୍ରଧାନ, ନବଘନ ସାହୁ କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ସଂଯୋଜକ ରାଜବଲ୍ଲଭ ପଣ୍ଡା ପ୍ରଜ୍ଞାନ ମିଶନ୍ ପକ୍ଷରୁ ହେଉଥିବା ଗୀତା ପ୍ରତିଯୋଗିତା ଗୁଡିକ ବିଷୟରେ ସୂଚନା ଦେବା ସହ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଗୀତା ଅଧ୍ଯୟନର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ବିଦ୍ଯାର୍ଥୀଙ୍କୁ ପ୍ରତିଦିନ ଗୀତା ପଢିବାର ଲାଭ ବିଷୟରେ କହିବା ସହ ଗୀତା ମାଧ୍ୟମରେ ପିଲାମାନଙ୍କୁ ସୁସଂସ୍କୃତ କରିବା ପାଇଁ ଅଭିଭାବକ ଓ ଶିକ୍ଷକ ସମାଜକୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅରୁଣ ଭୁଏ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ପ୍ରକାଶ ଲାକ୍ରା, ଗୋପାଳ ପଣ୍ଡା, ସୁନୀତି ଦାଶ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହିତ ଅନ୍ୟ ସ୍ଥାନୀୟ ଶିକ୍ଷକମାନେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୧୦/୨୦୨୧----୬,୧୦

Blog Archive

Popular Posts