Breaking News

ଛଅ ବର୍ଷ ହୋଇଗଲା କିଆଝର ପଞ୍ଚାୟତର ନିର୍ମିତ କଲ୍ୟାଣ ମଣ୍ଡପ ଅଧା ପନ୍ତରିଆ;ସରିବ କେବେ




ନୟାଗଡ ---ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ପଞ୍ଚାୟତ ଗୁଡ଼ିକର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ସରକାର ପ୍ରଣୟନ କରୁଥିବା ବେଳେ କେତେକ ଯୋଜନା ପଞ୍ଚାୟତ ସ୍ତରରେ ସଠିକ ଭାବେ କାର୍ଯ୍ୟକାରୀ ନ ହୋଇ ଟଙ୍କାକୁ ହଡପ କରାଯାଉଅଛି ବୋଲି ଅଭିଯୋଗ ହେଉଛି।ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ହୀନତା ଓ ଖାମ ଖିଆଲମନୋ ଭାବ ଯୋଗୁ ଏହି ସମସ୍ୟା ଦେଖାଯାଉଛି । ନୟାଗଡ ଜିଲ୍ଲା ର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ଗ୍ରାମ ପଞ୍ଚାୟତ ରେ ତିରିଶି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଏବେ କାମ ସମ୍ପୂର୍ଣ୍ଣ ନ ହୋଇ ଜରା ଜୀର୍ଣ୍ଣ ଅଵସ୍ଥାରେ ଭୁତକୋଠି ପାଲଟିଛି। କିଆଝର ପଞ୍ଚାୟତର ଭୋଡଙ୍ଗପଲି ଗାଁରେ କରାଯାଇଛି  ଏହି କଲ୍ୟାଣ ମଣ୍ଡପ।ଏହି କଲ୍ୟାଣ ମଣ୍ଡପକୁ ପୂର୍ବତନ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟନାୟକ26,6,2016ରେ ଶୁଭ ଦେଇଥିଲେ।ତେବେ ଏହା ଶୁଭ ଦେବା ଓ ଘର ନିର୍ମାଣ ଛଅ ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି କିନ୍ତୁ ଏହି କଲ୍ୟାଣ ମଣ୍ଡପଟି ଜରାଜୀର୍ଣ୍ଣ ଅବସ୍ଥାରେ ଭୁତକୋଠି ଭାବେ ରାସ୍ତା କଡରେ ଠିଆହୋଇ ରହିଛି । ବିଜେଡି ସରକାର ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ କରିବା ଉଦ୍ଦେଶ୍ୟ ଯେ ଗ୍ରାମ ଞ୍ଚଳରେ ବସବାସ କରୁଥିବା ଲୋକମାନେ ବର୍ଷା ଦିନରେ ଏହି କଲ୍ୟାଣ ମଣ୍ଡପ ରେ ଭୋଜିଭାତ କରିପାରିବେ। ମାତ୍ର ଏବେ ଘରଟି ସମ୍ପୂର୍ଣ୍ଣ କାର୍ଯ୍ୟ କ୍ଷମ ନ ହେବାରୁ ଲୋକଙ୍କ କାମରେ ଲାଗି ପାରୁ ନାହିଁ।ଫଳରେ ସରକାରଙ୍କ30ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପାଣିରେ ପଡ଼ିଲା ବୋଲି ପଞ୍ଚାୟତ ଅଧିବାସୀ ମାନେ କହନ୍ତି। ତୁରନ୍ତ ଜିଲ୍ଲାପାଳ ଏ ଦିଗ ପ୍ରତି ନଜର ଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୧୦/୨୦୨୨----୯,୫୦ Sakhigopal News,28/10/2022

Blog Archive

Popular Posts