
ଡେଲାଙ୍ଗ --- ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ଶହେରୁ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ 'ମୋ ସ୍କୁଲ' ସଭାପତି ଅସିତ୍ ମିଶ୍ର, ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପାଣି,ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣବଳି ବିକାଶ ଓ ସୁରଭି କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି, ଶିକ୍ଷକ ମିହିର କୁମାର ମିଶ୍ର,ବସନ୍ତ କୁମାର ପ୍ରଧାନ ପ୍ରତିଯୋଗିତା ଗୁଡ଼ିକ ପରିଚାଳନା କରିଥଲେ। ଏହା ପରେପରେ ସତ୍ୟବ୍ରତ ମିଶ୍ର, ସ୍ନେହଲତା ସାହୁ, ପଲିଶ୍ରିସେଠୀ ,ସୌମ୍ୟରଞ୍ଜନ ବେହେରା,ନନ୍ଦିତରଣି ବେହେରା ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ । ଶିକ୍ଷୟିତ୍ରୀ ସବିତା ପାଢ଼ୀ , ଗୋଦାବରୀ ସ୍ୱାଇଁ ,ରବି ବିଶ୍ଵାଳ,ଓ ଲଳିତ କୁମାର ସାହୁ ପ୍ରମୁଖ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।ଶିକ୍ଷକ ସନ୍ତୋଷ କୁଣ୍ଡୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭ୍ୟ, ଲଳିତ କୁମାର ସାହୁ ଓ ରବୀନ୍ଦ୍ର ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୦/୨୦୨୨---୫,୩୦ Sakhigopal News,21/10/2022