Breaking News

ଗୋପବନ୍ଧୁଙ୍କ ଷଠିଘରେ ନିଆଁ ଲାଗିବା ଘଟଣା; ଉଚ୍ଚ ସ୍ତରୀୟ ତଦନ୍ତ ଦାବି କଲେ ବୁଦ୍ଧିଜୀବୀ



    ସାକ୍ଷୀଗୋପାଳ-----   ଉତ୍କଳମଣି ପଣ୍ଡିତ  ଗୋପବନ୍ଧୁଙ୍କ ଷଠିଘରେ ନିଆଁ ଲାଗିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ  ଦାବି କଲେ ସ୍ଥାନୀୟ ବୁଦ୍ଧିଜୀବୀ   । ସତ୍ୟବାଦୀ ପ୍ରଶାସନ ଏହି ଘଟଣା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏହି ଘଟଣାକୁ ଆକସ୍ମିକ ଅଗ୍ନିକାଣ୍ଡ ବୋଲି ଧରିନେଇ ଚୁପ୍ ହୋଇ ବସି ରହିଛି । ଅନ୍ୟ ପକ୍ଷେ ଏହି ଅଗ୍ନିକାଣ୍ଡ ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି କାର୍ଯ୍ୟରତ ଜଣେ ଅଧିକାରୀ ତାଙ୍କ ନାମ ଗୋପନ ରଖି କହନ୍ତି ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ରାଜ୍ଯ ସରକାର ପୁରୀ ଜିଲ୍ଲାର ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ତଥା ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରି କାର୍ଯ୍ୟ ସରିବା ଉପରେ ରହିଛି ।  ପ୍ରକଳ୍ପର ମୁଖ୍ଯ  ଆକର୍ଷଣ ଗୋପବନ୍ଧୁଙ୍କ ଷଠିଘର । ସରକାରଙ୍କ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କୁ ସବୁସ୍ତରରେ ପ୍ରଶଂସା କରାଯାଉଛି। ସରକାରଙ୍କୁ ଲୋକଲୋଚନରେ ନିନ୍ଦିତ କରିବା ପାଇଁ  ହୀନ ଉଦ୍ଯମ କରୁଛନ୍ତି  ବୋଲି କେତେକ ମଧ୍ଯ  କହୁଛନ୍ତି। ଗୋପବନ୍ଧୁ ଙ୍କ ଷଠିଘରେ   କେଉଁ ପରିସ୍ଥିତିରେ ନିଆଁ ଲାଗିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ  ସତ୍ଯାସତ୍ଯ ଲୋକ ଲୋଚନକୁ ଅଣାଯାଉ ବୋଲି ପୂର୍ଣ୍ଣଚନ୍ଦ୍ର  ବେହେରା , କୁଳମଣି ଶତପଥୀ, ରବିନ୍ଦ୍ର ମହାପାତ୍ର, ସତ୍ୟ ମିଶ୍ର, ଧୀରେନ୍ଦ୍ର ଦାସ ପ୍ରମୁଖ ବୁଦ୍ଧିଜୀବୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୦/୨୦୨୨-----୯,୪୦  Sakhigopal News,27/10/2022

Blog Archive

Popular Posts