ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତା ଆବୃତି ପ୍ରତିଯୋଗିତା
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡାସ୍ଥିତ ଭଗବତୀ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ଆବୃତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ବିଭିନ୍ନ ବିଦ୍ୟାଳୟର ୩୫ଜଣ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷକ ସୁଦାମ ବାରିକ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବିଚାରକ ମଣ୍ଡଳୀ ଭାବେ ପଣ୍ଡିତ ନିରଞ୍ଜନ ଦିକ୍ଷୀତ, ପଣ୍ଡିତ ନବକିଶୋର ମିଶ୍ର ଓ ଶିଶୁମନ୍ଦିର ଗୁରୁମା ପ୍ରଣୟିନୀ ମିଶ୍ର ଦାୟିତ୍ଵ ତୁଲାଇଥିଲେ। ପ୍ରଜ୍ଞାନ ମିଶନ ତରଫରୁ ସ୍ବାମୀ ସତ୍ୟସ୍ୱରୂପାନନ୍ଦ ମହାରାଜ ଓ ସ୍ଵାମୀ ଓମକାରାନନ୍ଦ ମହାରାଜ ଯୋଗଦାନ କରି ପତିଯୋଗୀତାରେ କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ବିଦ୍ୟାଳୟ ପ୍ରମୁଖ ଶ୍ରୀଯୁକ୍ତ ଚିତ୍ରସେନ ମହାରଣା ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ । ଜିଲ୍ଲା ସଂଯୋଜକ ଅଶୋକ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଶ୍ରୀଗୁରୁଜୀଙ୍କ ଚରଣାଶ୍ରିତ କୃଷ୍ଣ ଚନ୍ଦ୍ର ଦଳେଇ ତାଙ୍କ ପ୍ରଚେଷ୍ଟା ଫଳରେ ଏହି ଧର୍ମ କାର୍ଯ୍ୟ କରିଥିବାରୁ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୦/୨୦୨୨----୯,୫୫ Sakhigopal News,31/10/2022