ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ସମ୍ଭାଗ ସ୍ତରୀୟ ଶିଶୁ ବାଟିକା ପ୍ରମୁଖ କର୍ମଶାଳା
ଜଟଣୀ ---ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିକ୍ଷାବିକାଶ ସମିତି, ପୂର୍ବ ସମ୍ଭାଗ ତରଫରୁ ସମ୍ଭାଗ ସ୍ତରୀୟ ତ୍ରୀଦିବଶୀୟ ଶିଶୁବାଟିକା ପ୍ରମୁଖ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର, ଶିଶୁମନ୍ଦିର ସଭାପତି ପ୍ରସନ୍ନ ରଥଙ୍କ ଦ୍ୱାରା ଉଦଘାଟିତ ହୋଇଯାଉଛି । ପୂର୍ବ ବିଭାଗ ସଂଯୋଜକ ଶିରୀଶ କୁମାର ହାତୀ, ପୁରୀ ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି ଓ ପୁରୀ ବିଭାଗ ସହ ନିରୀକ୍ଷକ ନୃସିଂହ ଚରଣ ମିଶ୍ରଙ୍କ ତତ୍ୱାବଧାନରେ ୧୩୮ ବିଦ୍ୟାଳୟକୁ ଶତାଧିକ ଶିଶୁ ବାଟିକା ଗୁରୁମା ଓ ପ୍ରମୁଖ ମାନେ ଉପସ୍ଥିତ ଥିଲେ । ପୂର୍ବ ସମ୍ଭାଗର ଶିଶୁବାଟିକା ପ୍ରମୁଖ ରୀନା ରାଉତରାୟଙ୍କ ସଂଯୋଜନାରେ ସମସ୍ତ କଳାଂଶ ପରିଚାଳିତ ହୋଇଥିଲା । ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ କଳାଂଶରେ ସ୍ଥାନୀୟ ବିଦ୍ୟାଳୟ ଉପସଭାପତି ସରୋଜ ବଳିଆର ସିଂହ, କୋଷାଧକ୍ଷ ସୁରେନ୍ଦ୍ର ନାଥ ସାହୁ ଓ ସମ୍ପାଦକ ଅଶୋଜ ଶର୍ମା ଅତିଥୀ ଭାବେ ଯୋଗ ଦେଇଥିଲେ। ଉଦଘାଟକ ଉତ୍ସବରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ଶିଶୁ ଲେଖିକା ଗୀତାରାଣୀ ରଥ ଶିଶୁ ମନୋବିଜ୍ଞାନ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁବାଟିକା ବିଭାଗ ଜଟଣୀ ପରିସରରେ ପ୍ରୟୋଗିକ ଚର୍ଚ୍ଚା, ଶିଶୁବାଟିକା ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ, ପ୍ରଶ୍ନୋତ୍ତର, ବୌଦ୍ଧିକ ପୁସ୍ତିକାର ବ୍ୟବହାର, ପ୍ରଶ୍ନ ବାଚନରେ ଆଦ୍ୟଶୈଶବ ଯତ୍ନ ଓ ଶିକ୍ଷା ପିପିଟି ମାଧ୍ୟମରେ ଚର୍ଚ୍ଚା ସହ ୧୨ ଟି ବ୍ୟବସ୍ଥାର ପିପିଟି ମାଧ୍ୟମରେ ଚର୍ଚ୍ଚା କରାଯାଇଥିଲା । ସମାରୋପ କଳାଂଶର ପୂର୍ବ ସମ୍ଭାଗ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ପରିଚୟ ପ୍ରଦାନ କରିଥିଲେ । ସମ୍ଭାଗ ପ୍ରମୁଖ ରୀନା ରାଉତରାୟ ବୃତ୍ତ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଅଶୋକ ଶର୍ମା ଧନ୍ୟବାଦ ଓ ପୁରୀ ବିଭାଗ ନିରୀକ୍ଷକ ନୃସିଂହ ଚରଣ ମିଶ୍ର ସୂଚନା ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବନ୍ଦେମାତରଣ ଗାନ କରାଯାଇଥିଲା ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୩/୧୦/୨୦୨୨----୭,୨୦ Sakhigopal News,23/10/2022