Breaking News

ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ପକ୍ଷରୁ ପୁରସ୍କାର ବିତରଣ ସମାରୋହ




ଜଟଣୀ ---ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ(ECORWWO), ଖୋର୍ଦ୍ଧା ରୋଡ଼, ଦ୍ୱାରା ଅଫିସର କ୍ଲବରେ ପ୍ରବନ୍ଧ ଏବଂ ସ୍ପଟ୍ ପେଣ୍ଟିଂ ,ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରା ଯାଇଥିଲା। ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା କୁ ବୃଦ୍ଧି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ରୋଡ଼ ଡିଭିଜନର ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗତ ମାସରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।  ଶୁଭଲକ୍ଷ୍ମୀ ଜେନା, ମହିଳା କଲ୍ୟାଣ ସଂଗଠନର (ECORWWO)  ସଭାନେତ୍ରୀ, ଉଭୟ ପ୍ରତିଯୋଗିତାର ବିଜେତାମାନଙ୍କୁ, ପୁରସ୍କାର , ପ୍ରମାଣପତ୍ର ପ୍ରଦାନ କରିଥିଲେ । ସମୁଦାୟ 36 ଜଣ ପିଲାଙ୍କୁ ସାର୍ଟିଫିକେଟ୍ ଏବଂ ସାନ୍ତ୍ୱନାମୂଳକ ପୁରସ୍କାର ଗ୍ରହଣ କରିଥିଲେ ।ଶ୍ରୀମତୀ ସୀମା ପନ୍ଵର୍, ମହିଳା କଲ୍ୟାଣ ସଂଗଠନ ର ଉପ-ସଭାନେତ୍ରୀ, ଶ୍ରୀମତୀ ପଲ୍ଲବୀ ଚୈ।ହାନ, ମହିଳା କଲ୍ୟାଣ ସଂଗଠନର ସଚିବ ଏବଂ ମହିଳା କଲ୍ୟାଣ ସଂଗଠନର ଅନ୍ୟ ସଦସ୍ୟ  ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୦/୨୦୨୨----୮,୪୫ Sakhigopal News,17/10/2022

Blog Archive

Popular Posts