ସ୍ଵାମୀ ଙ୍କ ଘର ଆଗରେ ମହିଳା ଙ୍କ ଧାରଣା .. ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମହିଳା କମିଶନ
ଭଞ୍ଜନଗର -- ତାରାସିଂ ଥାନା ଅନ୍ତର୍ଗତ କୋକୋଳବା ଗ୍ରାମ ରେ ସ୍ୱାମୀ ଙ୍କ ଘର ଆଗରେ ଦିବ୍ୟାଙ୍ଗ ସ୍ତ୍ରୀ ଗୀତାଞ୍ଜଳି ଧାରଣା ଦେଇଥିଲେ । ଏହି ଘଟଣା ପରେ ରାଜ୍ୟ ମହିଳା କମିଶନ ଅଧକ୍ଷା ନମିତା ବେହେରା ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ବୋହୁ ଗୀତାଞ୍ଜଳି ଏବଂ ସ୍ୱାମୀ ଶିବରାମ ପ୍ରଧାନ ଙ୍କ ପରିବାର ଲୋକଙ୍କୁ ତାରାସିଂ ଥାନା ପରିସର କୁ ଡକାଇ ସେଇଠାରେ ଉଭୟ ପକ୍ଷ ଙ୍କୁ ବୁଝା ସୁଝା କରାଯାଇଛି । ଅନ୍ୟ ପଟେ ସ୍ୱାମୀ ଶିବରାମ ଗ୍ରାମ ରେ ଅନୁପସ୍ଥିତ ଥିବା ରୁ ଘଟଣାର ସମ୍ପୂର୍ଣ ସମାଧାନ ହୋଇପାରି ନାହିଁ । କିନ୍ତୁ ପୋଲିସ ଉପସ୍ଥିତି ରେ ମହିଳା କମିଶନ ଅଧ୍ୟକ୍ଷା ଏକ ମାସ ମଧ୍ୟରେ ତାଙ୍କ ସ୍ୱାମୀ ଙ୍କୁ ଖୋଜି ଆଣି ପୁନଃ ବୁଝାସୁଝା କରି ଯେପରି ସ୍ୱାମୀ ଓ ସ୍ତ୍ରୀ ଉଭୟ ଙ୍କ ମଧ୍ୟରେ ସମାଧାନ ହୋଇପାରିବ ସେନେଇ ନିଷ୍ପତି ହୋଇଥିଲା । ସ୍ୱାମୀ ଙ୍କ ବାରଣ୍ଡା ରେ ଧାରଣା ରେ ବସିଥିବା ସ୍ତ୍ରୀ ଗୀତାଞ୍ଜଳି ଙ୍କ ସୁରକ୍ଷା ଦୁଷ୍ଟିରୁ ତାଙ୍କୁ ଏକ ମାସ ବାପ ଘର କୁ ଚାଲିଯିବା ପାଇଁ ନିର୍ଦେଶ ଦିଆଯାଇଛି । ସ୍ତ୍ରୀ ଗୀତାଞ୍ଜଳି ମଧ୍ୟ ମହିଳା କମିଶନ ଅଧକ୍ଷା ଶ୍ରୀମତୀ ବେହେରା ଓ ଥାନା ଅଧିକାରୀ ଶ୍ରୀ ଦାଶ ପ୍ରତିଶୃତି କୁ ସମ୍ମାନ ଜଣାଇ ନିଜ ବାପ ଘର କୁ ଯିବା ପାଇଁ ରାଜି ହୋଇଛନ୍ତି । ଯଦି ଏକ ମାସ ମଧ୍ୟରେ ଗୀତାଞ୍ଜଳି ଙ୍କୁ ନ୍ୟାୟ ନ ମିଳେ , ତେବେ ପୁଣି ଥରେ ସ୍ୱାମୀ ଙ୍କ ବlରଣ୍ଡା ରେ ଧାରଣା ବସିବେ ବୋଲି କହିଛନ୍ତି ଗୀତାଞ୍ଜଳି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୧୦/୨୦୨୨----୧୦,୩୫ Sakhigopal News,29/10/2022