ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ
ସାକ୍ଷୀଗୋପାଳ,---- ସତ୍ଯବାଦୀ ଯୁଗର ପଞ୍ଚସଖା ସହିତ ମହାତ୍ମା ଗାନ୍ଧୀ, ମଧୁବାବୁ, ନେତାଜୀ, ରାଧାକ୍ରିଷ୍ଣନ ଓ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପୁରୀ ଜିଲା ବୀରନରସିଂହପୁର ପୁର ଭାର୍ଗବୀ ଉଚ୍ଚ ବିଦ୍ଯାଳୟ ପରିସରରେ ଲୋକାର୍ପିତ କରାଯାଇଛି । ଉତ୍କଳ ସ୍ୱାଭିମାନ ମଞ୍ଚ ତରଫରୁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ପଣ୍ଡିତ ନୀଳକଣ୍ଠ ଙ୍କ କନ୍ଯା ରମାଦେବୀ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ। ୧୦ ଜଣ ଦାତା ଏହି ପ୍ରତିମୂର୍ତ୍ତି ଦାନ କରିଥିଲେ । ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ, ଶିକ୍ଷୀବୀତ ବିଜୟକୁମାର ଦାସ ସୁନିଲ କୁମାର ବ୍ରହ୍ମା, କୈଳାସ ଚନ୍ଦ୍ର ମିଶ୍ର ଓ ଚିତରଞ୍ଜନମିଶ୍ର ପ୍ରମୁଖ ଅତିଥି ଯୋଗଦେଇ ଥିଲେ । ଅନ୍ଯମାନଙ୍କ ମଧ୍ଯରେ ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ଲେଖକ, କବି, ଗବେଷକ, ଡାକ୍ତର, ଅଧ୍ଯାପକ ଓ ବିଦ୍ଯାଳୟ ପ୍ରଧାନ ଶିକ୍ଷକ ହରିହର ମିଶ୍ର ଙ୍କ ସହିତ ବିଦ୍ଯାଳୟ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୨-----୯,୫୦ Sakhigopal News,19/10/2022-