Breaking News

ଅଁଳାନବମୀ ଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ


ସାକ୍ଷୀଗୋପାଳ,---- ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ ଦୁତୀୟ ଗଣପର୍ବ ଅଁଳା ନବମୀ। ନଭେମ୍ବର ୨ ତାରିଖ ବୁଧବାର ଦିନ ସାକ୍ଷୀଗୋପାଳ ମନ୍ଦିର ରେ ମା ରାଧା ଦେବୀଙ୍କର ପାଦ ଦର୍ଶନ କରିବାକୁ ସୁଯୋଗ ମିଳିଥାଏ । ଦୁଇ ବର୍ଷ ହେବ ମହାମାରୀ କରୋନା ଯୋଗୁଁ ଏଯାତ୍ରା କେବଳ ଠାକୁରଙ୍କ ନୀତି ନିୟମ କରାଯାଇଥିଲା । ଭକ୍ତ ଙ୍କୁ ମନ୍ଦିର ମନା କରାଯାଇଥିଲା। ଏବର୍ଷ କଟକଣା ନ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ନଜର କରି ଜିଲ୍ଲାପ୍ରଶାସନ ପକ୍ଷରୁ ଗୋପିନାଥ ଦେବଙ୍କ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଠାକୁରଙ୍କ ଦେବନୀତି, ଗମନାଗମନ, ଯାନବାହାନ ନିୟନ୍ତ୍ରଣ,ବାରିକେଡ ନିର୍ମାଣ, ଅସ୍ଥାୟୀ ଶୈଚାଳୟ,ଦିବ୍ଯାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ସୁବିଧା, ଆଇନ ଶୃଙ୍ଖଳା, ରାସ୍ତା ମରାମତି, ମନ୍ଦିର ସୈନ୍ଦର୍ଯ୍ଯକରଣ,ଅଗ୍ନି ସେବା, ସ୍ବାସ୍ଥ୍ୟ ପରିମଳ, ପାନୀୟଜଳ, ବିଦ୍ୟୁତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକ ରେସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ   ସଭାପତିତ୍ବ କରିଥିଲେ ।  ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇ ଏହି ଗଣପର୍ବ କୁ ସରସ ସୁନ୍ଦର କରିବା ପାଇଁ ସେବାୟତ, ବିଭିନ୍ନ ବିଭାଗ ର ଯନ୍ତ୍ରୀ, ସେବାୟତ ସଂଘର କର୍ମକର୍ତ୍ତା ମାନଙ୍କ ସହ ଜନପ୍ରତିନିଧି ଓ ସ୍ବେଛାସେବୀ ମାନଙ୍କର ସହଯୋଗ କାମନା କରିଥିଲେ। ତିନି ଦିନ ଧରି  ଅନୁଷ୍ଠିତ ଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ କରିବା ପାଇଁ ପ୍ରୟାସ କରାଯିବ । ,ଦେବତ୍ତର ଅତିରିକ୍ତ କମିଶନର ଗଗନ ସାହୁ,  ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ ଲୋଚନ ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ବେହେରା ଙ୍କ ସହିତ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତି ସଭ୍ୟ ସୁମନ୍ତ ଘଟୁଆରି, ଜୟପୁର ସରପଞ୍ଚ ଆରାଧନା ସାମନ୍ତରାୟ , ସମିତି ସଭ୍ୟ ଦୀପକ ଶତପଥୀ ଙ୍କ ସହିତ ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇ ସେମାନଙ୍କ ର ପାଉଣା ସମ୍ପର୍କରେ ଆଲୋଚନା କରିଥିଲେ ।  ବିଭିନ୍ନ ବିଭାଗ ର ଅଧିକାରୀ ମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।  ବିଶେଷ କରି ସତ୍ୟବାଦୀ ରେ ଥିବା ସମସ୍ତ ପୁରୁଣା ଅଧିକାରୀ ମାନଙ୍କୁ ଅଁଳା ନବମୀ ଯାତ୍ରା ପାଇଁ ଆଣିବା ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ ପ୍ରସ୍ତାବ ଦେଇଥିଲେ । ସେହିପରି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରୁଥିବା ଅସ୍ଥାୟୀ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା । ପାନୀୟ ଜଳ, ଅସ୍ଥାୟୀ ଶୈଚାଳୟ,ଆଲୋକିକରଣ, ଗମନାଗମନ,ପାକିଂସ୍ଥଳ, ମନ୍ଦିର ରଙ୍ଗ, ସ୍ବାସ୍ଥ୍ୟ,ପରିମଳ ଆଦି ସମ୍ପର୍କରେ ଅଧିକାରୀ ମାନଙ୍କ ସହ ବିଧାୟକ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା ।  ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯାତ୍ରା ସମ୍ପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଧନ୍ୟବାଦ ଦେଇଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୨----୯,୫୦ Sakhigopal News,19/10/2022

Blog Archive

Popular Posts