ଅଁଳାନବମୀ ଯାତ୍ରା ପାଇଁ ସାକ୍ଷୀଗୋପାଳ ମନ୍ଦିର ରଙ୍ଗ ହେବା ସହ ରାସ୍ତା ଘାଟ ସଫେଇ କାର୍ଯ୍ୟ ଚାଲିଛି
ସାକ୍ଷୀଗୋପାଳ--- ଆସନ୍ତା ୨ତାରିଖରେ ସାକ୍ଷୀଗୋପାଳ ମନ୍ଦିରରେ ମା ରାଧାରାଣୀଙ୍କର ପାଦ ଦର୍ଶନ କରିବାର ସୁଯୋଗ ମିଳୁଥିବା ରୁ ଏବେ ସତ୍ୟବାଦୀ ଚଳଚଞ୍ଚଳ ହୋଇପଡିଛି । ପ୍ରଶାସନ ଓ ସ୍ଥାନୀୟ ବ୍ୟବସାୟୀ ଓ ସେବାୟତ ମାନେ ଯାତ୍ରା କିପରି ସରସ ସୁନ୍ଦର ହେବ ସେଥିପାଇଁ ଲାଗି ପଡିଛନ୍ତି । ଅଁଳାନବମୀ ଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ରାସ୍ତା ମରାମତି, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟାଇବାକୁ ବିଧାୟକ ତଥା ସାକ୍ଷୀଗୋପାଳ ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ଉମାକାନ୍ତ ସାମନ୍ତରାୟ ଯୋଗ ଦେଇଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାସ୍ତା କାମ ସରିଛି । ରାସ୍ତା ଅବରୋଧ ସେ ପରି ହଟିନାହିଁ । ଅନ୍ୟ ପକ୍ଷରେ ସେବାୟତ ସଂଘର କର୍ମକର୍ତ୍ତା ଓ ବିଧାୟକ ତୁରନ୍ତ ମନ୍ଦିର ରଙ୍ଗ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ମନ୍ଦିର ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ନିର୍ବାଚନ ଆଗରୁ ଉକ୍ତ ପଞ୍ଚାୟତ ଓ ସାକ୍ଷୀଗୋପାଳ ମନ୍ଦିର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଘାଟ ସଫେଇ କରିବେ । ଏବେ ଅଁଳାନବମୀ ଯାତ୍ରା ଆଗରୁ ମନ୍ଦିର ଚତୁଃପାର୍ଶ୍ଵ ସଫେଇ ସହିତ ରାସ୍ତା ସଫେଇ କାର୍ଯ୍ୟ ଚାଲିଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧୦/୨୦୨୨ ----୯,୪୦ Sakhigopal News,27/10/2022