Breaking News

କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ



ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପାଣିଛତ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କେତକୀପାଟଣା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୨ ଟି ବିଦ୍ୟାଳୟ ର ପିଲାମାନଙ୍କୁ ନେଇ ଏହି ସୃଜନାତ୍ମକ ପ୍ରତିଭା ଅନ୍ବେସ୍ୱଣ କାର୍ଯ୍ୟକ୍ରମ କରାଯାଇଥିଲା. । ବିତର୍କ, ବକୃତା, ଡ୍ରଇଂ, ସଂଗୀତ,କୁଇଜ ଏହି ଭଳି ନା ଗୋଟି  ବିଭାଗ ରେ  ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବିଭାଗ ର  ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କରାଯାଇଥିଲା। ଉକ୍ତ କ୍ଲଷ୍ଟର ସିଆରସିସି ଗୋପୀନାଥ ମିଶ୍ର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।   ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର  କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ‌ କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ଚିତ୍ତରଞ୍ଜନ ରଥ ,ଅର୍ଜୁନ କୁମାର ସାହୁ,ଜ୍ୟୋସ୍ନାରାଣୀ ପ୍ରଧାନ, ବିଶ୍ୱଜିତ ପ୍ରଧାନ, କଳ୍ପନା ଦଳେଇ, ଭାନୁମତି ମହାପାତ୍ର, ନୃସିଂହ ଚରଣ ଦାଶ, ଅରୁଣ ପ୍ରଧାନ ଆଦି ଶିକ୍ଷକ ଶିକ୍ଷୟୀତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବାଲିହୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ଳଷ୍ଟରର ୧୦ ଗୋଟି ବିଦ୍ୟାଳୟ ର ଶହେ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା ଅତିଥି ଭାବେ ଯୋଗଦେଇ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସିଆରସିସି ଲକ୍ଷ୍ମଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ସୁନୀଲ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୦/୨୦୨୨---୪,୨୫ Sakhigopal News,21/10/2022

Blog Archive

Popular Posts