ଡମପଡ଼ା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟ ରାସ୍ତା ଓ ମହୋତ୍ସବ ପଡ଼ିଆ ସଫେଇ
ବାଙ୍କୀ -- ଡମପଡ଼ା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ବଙ୍ଗଳା ଛକ ଠାରୁ କଚେରୀ ଛକ ଏବଂ ମହୋତ୍ସବ ପଡିଆ ସଫେଇ କରାଯାଇଛି । ଡମପଡ଼ା ଯୁବ ବିଜେଡି ସଭାପତି ଭାଗୀରଥି ପାଣି ଓ ଛାତ୍ର ବିଜେଡି ସଭାପତି ଗୌରବ ବଳିୟାର ସିଂହଙ୍କ ନେତୃତ୍ୱରେ ଏହି ସଫେଇ କାର୍ଯ୍ୟ କରାଯାଇଛି । ଏଥିରେ କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ଅସୀତ୍ ଜେନା, ତଳବସ୍ତ ଯୁବବିଜେଡିର ରାଜକିଶୋର ମହାନ୍ତି, ଶିବ ନାରାୟଣ ରାଉତ ଗୋବିନ୍ଦପୁର, ସମୀର ଧଳ, ସଂଜୟ କୁମାର ସାହୁ ପାଥପୁର ଯୁବ ବିଜେଡି ସଭାପତି , ସୁଶାନ୍ତ ସୁତାର ଭଗିପୁର ଯୁବ ବିଜେଡି ସଭାପତି, ସୁନୀଲ୍ ସାହୁ ଦୁଲଣାପୁର ଯୁବବିଜେଡି ସଭାପତି ପ୍ରଭୃତି ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜେ ସଫେଇ କାର୍ଯ୍ୟ କରିବା ସହ ଯୁବଛାତ୍ର ବିଜେଡି କର୍ମକର୍ତ୍ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମହୋତ୍ସବ ଶେଷ ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟ ଚାଲୁ ରହିବ ବୋଲି ଡମପଡ଼ା ଯୁବବିଜେଡି ସଭାପତି ଭାଗୀରଥି ପାଣି ପ୍ରକାଶ କରିଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୩/୧୦/୨୦୨୨---୯,୫୫ Sakhigopal News,13/10/2022