Breaking News

ଗୋପବନ୍ଧୁ ଦାସଙ୍କ ଷଠିଘରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ



 ସାକ୍ଷୀଗୋପାଳ ---- ଦୀପାବଳିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରେ ଅଗ୍ନିକାଣ୍ଡ ଘଟିଛି ।  ଘରର ଗୋଟିଏ ବଖରା ଅଗ୍ନିକାଣ୍ଡରେ ଜଳିଯାଇଥିବା ବେଳେ, ଅନ୍ୟ ବଖରା ଗୁଡ଼ିକୁ ମଧ୍ୟ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ନିଆଁ ଯୋଗୁଁ ଘରର ଛପର କୁହୁଳିବାରେ ଲାଗିଛି । ଘଟଣାସ୍ଥଳରେ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି । ଏନେଇ ଜିଲ୍ଲାପାଳ ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ  ସୁଆଣ୍ଡୋରେ ପହଞ୍ଚିବାକୁ ନିର୍ଦେଶ ଦେଇଛନ୍ତି । ଓବିସିସି ତରଫରୁ ଗୋପବନ୍ଧୁ ଦାସଙ୍କ ପୂରାତନ ଘରକୁ ନୂତନ ରୂପରେ ତିଆରି କରାଯାଉଥିଲା । ସମୁଦାୟ ଷଠି ଘରକୁ ଅଗ୍ନି ନିରୋଧକ କରିବାକୁ କୁହାଯାଇଥିଲା । ହେଲେ ଚାଳକୁ ନଡ଼ା ଛପର କରାଯାଇଥିଲା । ଯହାଦ୍ୱାରା ଏପରି ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି । ତଥାପି ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ସବୁ କିଛି ଜଣାପଡିବ। ଜାନୁଆରୀ ୨୬ ତାରିଖରେ ଉତ୍କଳ ମଣି ଗୋପବନ୍ଧୁଙ୍କ ଷଷ୍ଠୀ ଘର ସହିତ ଐତିହ୍ୟ ଗ୍ରାମ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅଗ୍ନିକାଣ୍ଡ ପଛରେ ଆଉ କିଛି ରହସ୍ୟ ରହିନାହିଁ ତ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କରିପୋର୍ଟ, ୨୪/୧୦/୨୦୨୨----୯,୪୦ Sakhigopal News,24/10/2022


Blog Archive

Popular Posts