Breaking News

80 ଗ୍ରାମ ଧଳାଜହର ଜବତ, ଯୁବକ ଗିରଫ

ପୁରୀ---   ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ  ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ  ବିଜିପୁର ଛକରେ ଚଢ଼ାଉ କରି ଦିପୁ ରଞ୍ଜନ ପ୍ରଧାନ, ବୟସ-37,ଗାଁ-ବିଜିପୁର,ଥାନା- ବ୍ରହ୍ମଗିରି । ଦିପୁଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଠାରୁ ଚୋରା ୮୦ ଗ୍ରାମ ବ୍ରାଉନ ସୁଗାର  ପୋଲିସ ଜବତ କରିଛି।   ସାତପଡ଼ା ଅବକାରୀ ଥାନା କେସ ନଂ-83/22-23 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,00,000 ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ASI-ପୂର୍ଣ୍ଣ ଚନ୍ଦ୍ର ନାୟକ, ମାନସ କୁମାର ମିଶ୍ର staff- ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଭିକ୍ଟୋରିଆ ଡୁଙ୍ଗ ଡୁଙ୍ଗ, ଆଶିଷ କୁମାର ପ୍ରଧାନ ପ୍ରମୁଖ  ସାମିଲ ଥିଲେ। ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୧୦/୨୦୨୨----୯,୫୦ Sakhigopal News,18/10/2022

Blog Archive

Popular Posts