>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • ଦେଶ ସ୍ଵାଧୀନ ତାର75ବର୍ଷ ପରେ ବି ସାଧୁଆ ପଲି ଗ୍ରାମ କୁ ରାସ୍ତା ନାଁହିଁ




    ନୟାଗଡ---  ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ପଂଚାୟତ ସ୍ତରରେ କରୁ ଥିବା ବେଳେ, ଗ୍ରାମାଞ୍ଚଳର ଲୋକଙ୍କ ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣ କରୁ ଥିବାର ଘୋଷଣା କରୁଛନ୍ତି ।ତେବେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ପକ୍ଷେ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ବ୍ଲକ ପ୍ରଶାସନର ବଡବଡ଼ିଆବାବୁ ସବୁ ଜାଣି ନ ଜାଣିବା ଭଳି ରହୁ ଥିବା ଯୋଗୁ ଲୋକ ମାନେ ହନ୍ତସନ୍ତ ହେଉ ଥିବା ଜଣା ପଡ଼ିଛି।ଭଲକରି ଏହିଗାଁରଦୃଶ୍ୟ ଉପରେ ନଜର ପକାନ୍ତୁ।
    ଏହିଗାଁଟି କୌଣସି ଦୃଗମ ଅଞ୍ଚଳ କି ପାହାଡିଆ ଅଞ୍ଚଳ ନୁହେଁ।ଇଏ ହେଉଛି ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ଗଡ଼ିଆସାହି ପଞ୍ଚାୟତର ସାଧୁଆପଲି ଗାଁ।ଏହି ଗାଁଟି ଖଳିସାହି କୋସ୍କାପୂର୍ତ୍ତ ବିଭାଗ ରାସ୍ତାର ଗଡ଼ିଆସାହିଛକ ଠାରୁ ମାତ୍ର ଗୋଟିଏ କିଲୋମିଟର ଗଲାପରେ ଗାଁଟି ପଡେ।ତେବେ ଏହି ଗାଁରେ 15ଉର୍ଦ୍ଧ୍ବ ଘରଥିବାବେଳେ 50ରୁ ଉର୍ଦ୍ଧ୍ବ ଆଦିବାସୀ ବାସ କରନ୍ତି।କିନ୍ତୁଦେଶ ସ୍ବାଧୀନତା ପାଇବାର75ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁଆଦୌ ରାସ୍ତା ନାହିଁ।ବ୍ୟକ୍ତିଗତ ଜାଗାରେଯିବା ଆସିବା କରୁ ଛନ୍ତି ଲୋକ ମାନେ।ଏହି ରାସ୍ଥା ସମ୍ପର୍କରେ ଆଦିବାସୀ ମାନେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ଓ ଜିଲାପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଫଳ ସୁନ ହେଉଛି।ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଧାୟକ ପରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଖଣ୍ଡପଡ଼ା ବ୍ଲକରୁ ବିଡ଼ିଓ ପରେ ବିଡ଼ିଓ ବଦଳିଲେଣି କିନ୍ତୁ ଆଦିବାସୀ ଙ୍କ ଦୁଃଖ ବଦଳୁନାହିଁ । ଗାଁରେ ବିଦୁତୁ ସୁବିଧା ଥିବାବେଳେ, ପିଇବାପାଣିର ସୁବିଧା ନଥିବାରୁ ନାଳରୁ ପାଣି ବ୍ୟବହାର କରୁଛନ୍ତି। ଘଟଣା ସମ୍ପର୍କରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ କହିଛନ୍ତି ଲୋକଙ୍କ ସମସ୍ୟା ଦିଗରେ ଆମେ ମାନ୍ୟବର ଉଚ୍ଚନ୍ୟାଳୟ ଯିବୁ । 
    ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୧୦/୨୦୨୨----୯,୫୫  Sakhigopal News,26/10/2022

    Blog Archive

    Popular Posts