Breaking News

୧୦ ଶିଶୁ ଶ୍ରମିକ ସମେତ ୨୮ ଜଣ ଦାଦନ ଶ୍ରମିକ ଉଦ୍ଧାର




ବଲାଙ୍ଗିର,ସଇଁନ୍ତଲା ----ଦାଦନର ରାଜଧାନି କିମ୍ଵା ଦାଦନ ଗଡ଼ କୁହା ଯାଉଥିବା ବଲାଙ୍ଗୀର ଜିଲ୍ଲାରେ ଦାଦନ ମୁଁହରେ ଦାନା ଦେବା ପାଇଁ ଫେଲ ମାରିଛି ଜିଲ୍ଲା ପ୍ରଶାସନ । କେବଳ ପ୍ରଶାସନ ନୁହେଁ ସରକାର ମଧ୍ଯ ବେକାରୀ ଓ ବେ ରୋଜଗାରିଆ ଦୂର କରିବା ପାଇଁ ମନରେଗା ଯୋଜନା ଭଳି ଅନେକ ଯୋଜନା ସରକାରଙ୍କ ଯୋଜନା  ସବୁ ଫେଳ ମାରିଛି । ତେବେ ବାଧ୍ୟ ହୋଇ ଲୋକେ ଅନ୍ୟ ରାଜ୍ୟକୁ ଦାନା ଟିଏ ପାଇଁ ଦାଦନ ଖଟିବାକୁ ଯାଉଛନ୍ତି। ଗତକାଲି ରାତି ପ୍ରାୟ ପାଖା ପାଖି ୨ ଟାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତର କୁମ୍ଭେକେଲା ଗ୍ରାମର ପାଖା ପାଖି ୧୦ଜଣ ପରିବାର ହାଇଦ୍ରାବାଦକୁ  ଜଣେ ଦଲାଲ ବେଆଇନ ଭାବେ ଯାଉଥିଲେ । କଣ୍ଟାବାଞ୍ଜି ରେଳୱେ ଷ୍ଟେସନକୁ ନେଉଥିବା ବେଳେ  କୌଣସି ସୂତ୍ରରୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଖବର ପାଇଥିଲେ। ଖବର ପାଇ ସଇଁନ୍ତଲା ପୋଲିସକୁ ସୁଚନା ଦେଇଥିଲେ। ସଇଁନ୍ତଲା ପୋଲିସ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀକୁ ସୁଚନା ଦେଇଥିଲେ ଫାଣ୍ଡି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ଏକ ପିକପ(ଓଡି ୦୩ଏଚ ୩୩୪୮)କୁ ଅଟକାଇ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ପିକପକୁ ଗାଡି କୁ ଜବତ କରିଥିଲେ। ପରେ ସକାଳେ ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ପୋଲିସ ନିଜ ଗାଁକୁ ଆଣି ଲେଖାପଢା କରି ଛାଡି ଦେଇଥିଲେ। ସୂଚନା ଯୋଗ୍ୟଯେ କଣ୍ଟାବାଞ୍ଜି ଅଞ୍ଚଲରେ ଦାଦନ ଶରଦାର ଥିବା ବେଳେ ସ୍ଥାନୀୟ ଅଞ୍ଚଲରେ ଶରଦାରର ଦଲାଲ ସକ୍ରିୟ ଥିବା ସୁଚନା ମିଳିଛି । ପ୍ରତି ବର୍ଷ ନୂଆ ଖାଇ କିମ୍ଵା ଦଶହରା ପର୍ବ ସରିବା ପରେ ବାହାର ରାଜ୍ୟକୁ ସହ ସହ ପରିବାର ଦାଦନ ଖଟିବା ପାଇଁ ଯାଇଥାନ୍ତି । ତା ଆର ବର୍ଷ ନୂଆ ଖାଇ ଆରମ୍ଭ କିମ୍ଵା ଜୁନ ଜୁଲାଇ ମାସର ବେଳକୁ ଗାଁ ମୁହା ହୋଇଥାନ୍ତି।ତେବେ ଶ୍ରମିକ ମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ୮ ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ନେଇ ଟିଟିଲାଗଡ ଏସଡିପିଓ ସୁଚନା ଦେଇଛନ୍ତି। ତେବେ ଦାଦନ ସମସ୍ୟା ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହ, ଶ୍ରମ ବିଭାଗ ଓ ପୋଲିସ ଧ୍ୟାନ  ଦେବା ସହ ସଂପୃକ୍ତ ଦାଦନ ସର୍ଦ୍ଦାର ଓ ଦଲାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୫/୧୦/୨୦୨୨---୫,୧୦ Sakhigopal News,25/10)2022

Blog Archive

Popular Posts