Breaking News

ବରକେରା ବିଦ୍ୟାଳୟରେ ଲହୋମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

           
   ଡେଲାଙ୍ଗ---    ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ରାଷ୍ଟ୍ରୀୟ ଏକତା ଦିବସ ଓ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ ହୋଇଯାଇଛି।  ରାଷ୍ଟ୍ରୀୟ ସଂକଳ୍ପ ଦିବସ ଅବସରରେ ଶପଥ ପାଠ କରାଯାଇଥିଲା।  ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ଶିକ୍ଷକ ମିଟୁ କିଶୋର ପ୍ରଧାନ। ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ଛାତ୍ରମାନେ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ, ଶିକ୍ଷକ ବିରଞ୍ଚିନାରାୟଣ ବରାଳ ସୁଧୀର କୁମାର ଜେନା ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ।  ସମଗ୍ର ଭାରତବର୍ଷକୁ ଏକତାର ସୂତ୍ରରେ ବାନ୍ଧି ରଖିବାକୁ ହେଲେ ନିଜକୁ ଅନେକ କଷ୍ଟ ଜନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥାଏ।ଏହି ବାର୍ତ୍ତା ଅଖଣ୍ଡ ଭାରତ ବର୍ଷକୁ ପ୍ରଦାନ କରିଥିବାରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନଟିକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଭାରତ ବର୍ଷର ଭୂତପୂର୍ବ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସଟିକୁ ରାଷ୍ଟ୍ରୀୟ ସଂକଳ୍ପ ଦିବସ ରୂପେ ପାଳନ କରାଯାଇଥାଏ। ଆଜିର ଏହି ଦିବସରେ ନିଜକୁ ସୁରକ୍ଷା ଦେଉଥିବା ଦେହରକ୍ଷୀଙ୍କ ଗୁଳିରେ ଜୀବନ ଦେଇଥିବାରୁ ଆତତାୟୀ ଠାରୁ ନିଜକୁ ତଥା ଏହି ମହାନ ଜାତିକୁ ରକ୍ଷା କରିବା ପାଇଁ ସଂକଳ୍ପ କରିବା ପାଇଁ ବକ୍ତାମାନେ ନିଜ ନିଜ ଅଭିଭାଷଣରେ କହିଥିଲେ।ସେ ଦୁଇ ମହାନ ବ୍ୟକ୍ତିଙ୍କ ପଥ ଅନୁସରଣ କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ସର୍ବ ଶେଷରେ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।ସେହି ମହାମନିଷୀଙ୍କ ସମ୍ମାନାର୍ଥେ ବିଦ୍ୟାଳୟ ପ୍ରାଙ୍ଗଣରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା। 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୦ /୨୦୨୨-----୮,୪୦ Sakhigopal News,31/10/2022

Blog Archive

Popular Posts