Breaking News

ଜାନୁଆରୀ ୨୬ ତାରିଖରେ ସୁଆଣ୍ଡୋ ଐତିହ୍ୟ ଗ୍ରାମ ଉଦଘାଟନ କରାଯିବ, ମୁଖ୍ୟ ଶାସନ ସଚିବ


ସାକ୍ଷୀଗୋପାଳ---- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ କୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ଐତିହ୍ୟ ଗ୍ରାମ ରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଅନୁଧ୍ଯାନ କରିଛନ୍ତି ଶନିବାର ଅପରାହ୍ନରେ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୁରୀ ଜିଲାପାଳ ସମର୍ଥ ବର୍ମା ଏବଂ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ । ପ୍ରଶାସନିକ ଅଧିକାରୀ ମାନେ ଐତିହ୍ୟ ଗ୍ରାମ ରେ ପହଞ୍ଚି ଗ୍ରାମ ଶିବମନ୍ଦିର, ଗ୍ରାମ ଭୁତଳ କେବୁଲ ରେ ବିଜୁଳି ଯୋଗାଣ , ଭାର୍ଗବୀ ନଦୀରେ ବୋଟିଙ୍ଗ କରାଯିବ, ଗୋପବନ୍ଧୁ ଦାସଙ୍କ ଷଠିଘର ବୁଲି ଦେଖିବା ସହିତ ପ୍ରତି କୋଠରୀ ର ନାମକରଣ , ଗ୍ରାମ ଦାଣ୍ତକୁ ଉନ୍ନତ ମାନର ଫେବରବ୍ଲକ ପକାଯିବା କୁ ସେତୁ ଓ ନିର୍ମାଣ ନିଗମ ଅଧିକାରୀ ଙ୍କୁ ମୁଖ୍ଯ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମର ପ୍ରତ୍ଯେକ ଘରର ସମ୍ମୁଖ ଭାଗ ଗୋଟିଏ ରଙ୍ଗର କରାଯିବ ବୋଲି ଜିଲାପାଳ କହିଥିଲେ। ସେହିପରି ପଟ୍ଟନାୟିକିଆ ସୁଚନା କେନ୍ଦ୍ର କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । କେନାଲ ବନ୍ଧ ରାସ୍ତା କାମ ଶେଷ ହୋଇନଥିବା ଦେଖି ମୁଖ୍ଯ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ । ମିଉଜିଅମ, ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପିଲାମାନଙ୍କ ଖେଳ ପଡିଆ, ସଭା ସମିତି ପାଇଁ ସୁଦୁଶ୍ୟ ମଣ୍ଡପ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସେତୁଓ ନିର୍ମାଣ ନିଗମ ମୁଖ୍ଯ ପରିଚାଳକ ଜୟକ୍ରୁଷ୍ଣ ଦାସ, ସାଧାରଣ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢି, ତହସିଲ ଦାର ଜୟନ୍ତ କୁମାର ଜୟସିଂହ, ବିଡିଓ ଲୋଚନ ଦାସ, ଇଂ ପ୍ରମୋଦ କୁମାର  ନାୟକ, ଇଂ ଶୁଭମ ପାତ୍ର ଓ ଗୋପବନ୍ଧୁ ସମିତି ଟ୍ରଷ୍ଟର ସଦସ୍ଯ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଓ ଗ୍ରାମ ବାସି ମାନେ ଉପସ୍ଥିତ ରହିଥିଲେ।

Blog Archive

Popular Posts