Breaking News

ନର୍ସିଂଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଓଟ୍ରିପୁଲଏ ସି




ନୟାଗଡ଼---- ନୟାଗଡ଼ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଭୁଶୁଡି ପଡିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରାଥମିକସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲା ସଦର ମହକୁମା ହସ୍ପିଟାଲରେ ନର୍ସିଂ ଅଫିସର ପଦବୀ ଖାଲି ପଡ଼ିଛି।ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେସ୍ୱାସ୍ଥ୍ୟ ସେବା ଗୁରୁତର ହୋଇ ପଡିଛି।କିନ୍ତୁ ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏଗାର ହଜାର ଛଅଟି ପୋଷ୍ଟ2021 ମସିହାରେ ବାହାର କରି ନିରବ ହୋଇ ରହିଥିଲେ।ପଦବୀ ପୂରଣ ଦିଗରେ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଏହି ପଦବୀ ପୂରଣ ପାଇଁ ମାନ୍ୟବର ଉଚ୍ଚନ୍ୟାଳୟ ରେ ଏକ ମାମଲା ରୁଜ ହୋଇଥିଲା। ତେବେ ମାନ୍ୟବର ଉଚ୍ଚନ୍ୟାଳୟ ଗୁରୁତ୍ୱ ଦେଇ ଏହି ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।କିନ୍ତୁ ଏହା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାରି ହଜାର ଚାରିଟିପଦବୀ ପରୀକ୍ଷା ନିମନ୍ତେ ଆବେଦନ ପାଇଁବିଜ୍ଞପ୍ତି ଜାରି କରିଥିଲେ।ବହୁ ନର୍ସିଂଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିବାପରେ16ଅକ୍ଟୋବର2022ରେ ପରୀକ୍ଷା ପାଇଁ ସମୟ ଦେଇଥିଲେ।କିନ୍ତୁ ଏହାର ଠିକ15ଦିନ ପୂର୍ବରୁ ଆଉ ଏକ ବିଜ୍ଞପ୍ତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିଲା ସେଥିରେ 30ଅକ୍ଟୋବର 2022କୁ  ପରୀକ୍ଷା ଘୁଞ୍ଚାଇ ଦିଆ ଯାଇଥିଲା।କିନ୍ତୁ ଦୀର୍ଘ ଦିନର ଅପେକ୍ଷା ପରେ20,10,2022ରିଖରେ ଉକ୍ତ ପରୀକ୍ଷାକୁ ଓ ଟ୍ରିପୁଲଏସି ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଛନ୍ତି।ଏହା ଯୋଗୁନର୍ସିଂ ପାସ କରି ଚାକିରୀ ଅପେକ୍ଷା ରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏମାନଙ୍କ କଥାକୁ ନଜର କରି ସରକାର ପରୀକ୍ଷା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି ହେଉଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୧୦/୨୦୨୨--- ୫,୨୦ Sakhigopal News,21/10/2022

Blog Archive

Popular Posts