Breaking News

ଅଁଳାନବମୀ ଯାତ୍ରା ପାଇଁ ଜୟପୁର ପଞ୍ଚାୟତରେ ବୈଠକ


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ସରପଞ୍ଚ ଆରାଧନା ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହିତ ସାକ୍ଷୀଗୋପାଳରେ ଅନୁଷ୍ଠିତ ଅଁଳାନବମୀ ଯାତ୍ରା କିପରି ସରସ ସୁନ୍ଦର ହେବ ଓ ପଞ୍ଚାୟତ ଉପରେ ଥିବା ଦାୟିତ୍ଵ ଉପରେ ଆଲୋଚନା କରାଯାଇଥିଲା । ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗଦେଇଥିଲେ। ପଞ୍ଚାୟତର ନାଏବ ସରପଞ୍ଚଙ୍କ ସହିତ ବିଭିନ୍ନ ୱ।ର୍ଡ ସଭ୍ୟ ସଭ୍ୟା ଓ ଜରିଆରଏସ ଶୁଭଶ୍ରୀ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାନିବାହୀ ଅଧିକାରୀ ଚନ୍ଦନା ସେଠୀ ବୈଠକ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୦/୨୦୨୨---୯,୨୦ Sakhigopal News,29/10/2022

Blog Archive

Popular Posts