Breaking News

ଔଷଧୀୟ ଚାରାରୋପଣ ଅଭିଯାନ କର୍ମଶାଳା




ଡେଲାଙ୍ଗ --- ଧନ୍ଵନ୍ତରୀ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣାର ପ୍ରତିଷ୍ଠାତା  ପ୍ରକୃତିପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଙ୍କ ପକ୍ଷରୁ "ଔଷଧୀୟ ଚାରାରୋପଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।  ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଆଳିପଡା ରେ ଏକ କର୍ମଶାଳାର ଆୟୋଜନ କରିଥିଲେ । ଉକ୍ତ କର୍ମଶାଳାରେ ଡାକ୍ତର ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । "ପ୍ରକୃତି ସହିତ ଗଛ ର ଭୂମିକା ଆବାହମାନ କାଳରୁ ରହିଆସିଛି । ଗଛ ନାହିଁ ତ ଜୀବନ ନାହିଁ । ଗଛରୁ ବିଭିନ୍ନ ପ୍ରକାର ଔଷଧ ତିଆରି ହୁଏ । ଅଂଶୁଘାତ ଓ ଗ୍ଲୋବାଲ ୱାର୍ମିଂ ରୁ ରକ୍ଷା ମିଳେ । ବର୍ତ୍ତମାନ ବହୁଳ ପରିମାଣରେ ଗଛକଟାଯାଉଛି କିନ୍ତୁ ସେହି ପରିମାଣରେ ଗଛ ଲଗାଯାଉନି । ଯାହାକି ପରିବେଶ ତଥା ଆଗାମୀ ପୀଢ଼ି ମାନଙ୍କ ପ୍ରତି ଘୋର ବିପଦ ମାଡି ଆସୁଛି। ଏହି ଅବସରରେ ସବୁଜ ଡେଲାଙ୍ଗ ର ଉକ୍ତ ଅଭିଯାନ କୁ ଭୁୟସୀ ପ୍ରଂଶସା କରିବା ସହ ଏହା ସମୟୋପଯୋଗୀ ଏବଂ ଏହି ଧାରା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ  "ଗାଁ ସାଥି 'ସଂଘର କୋଷାଧ୍ୟକ୍ଷ ଦେବିପ୍ରସାଦ ବୈରୀଗଞ୍ଜନ ଯୋଗଦେଇ ବୃକ୍ଷରୋପଣ ର ଉପକାରିତା ସଂପର୍କ ରେ ଆଲୋକପାତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଟେଡାଣ୍ଟ ଦିବାକର ବାରିକ, ଲାବ୍ରୋଟରୀ ଟେକନିଶିଆନ ସନ୍ତୋଷ ରଥ, ମାନସ ପରିଡା, ପବିତ୍ର ମୋହନ ବିଶ୍ୱାଳ, ମନୋରମା ସେଠୀ, ସମ୍ପାଦକ ସୋମନାଥ ସେନାପତି , ପ୍ରକାଶ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ନିର୍ଦ୍ଦେଶକ ହୃଷୀକେଶ ପାଢ଼ୀ କାର୍ଯ୍ୟକ୍ରମ ର ସଫଳ ରୁପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗଙ୍ଗଶିଉଳି, ଅଶୋକା, ତୁଳସୀ, ଡାଳିମ୍ବ, ବେଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧୦/୨୦୨୨---୬,୧୦ Sakhigopal News,22/10/2022

Blog Archive

Popular Posts