Breaking News

ଡିଏଭି ପବ୍ଲିକ୍ ସ୍କୁଲରେ ' ଜାତୀୟ ଦିବସ ' ପାଳନ

 
 
ଭଞ୍ଜନଗର: ----- ସୋମବାର ଦିନ ଡ଼ିଏଭି ପିଟି.ଏସ୍ .ଆର୍ .ପବ୍ଲିକ୍ ସ୍କୁଲ ପରିସରରେ ' ଜାତୀୟ ଏକତା ଦିବସ 'ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟଦିବସରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀଙ୍କ ସହିତ ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବୟୋଜ୍ୟେଷ୍ଠା ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ (SST)ବିଭାଗର ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଶିକ୍ଷାର୍ଥୀଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଚିତ୍ରାଙ୍କନ ,ବକ୍ତୃତା ଇତ୍ୟାଦିର ପ୍ରତିଯୋଗିତା ରଖାଯାଇଥିଲା। ତତ୍ ସହ ପ୍ରତ୍ୟେକ ମାନବକୁ ଏକତାର ଭାବଜାଗ୍ରତ ସୃଷ୍ଟି କରିବା ନିମନ୍ତେ ପଥଚାଳନା ରଖାଯାଇଥିଲା। ଉକ୍ତ ଦିବସର ମହତ୍ତ୍ବ ସମ୍ପର୍କରେ କିଛି ଛାତ୍ରଛାତ୍ରୀ ମତାମତ ରଖିଥିଲେ ।ଶିକ୍ଷୟିତ୍ରୀ‐ଶ୍ରୀମତୀ‐ମୋନାଲିସା ପଣ୍ଡା ଓ ରୀନା କୁମାରୀ ପ୍ରଧାନ ଅତି ସୁନ୍ଦର ଭାବରେ ଏହି ଦିବସର ମହତ୍ତ୍ବ ପ୍ରତିପାଦନ କରିଥିଲେ । ଶ୍ରେଣୀ ‐ତୃତୀୟ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ସୁଯୋଗ ଦିଆଯାଇଥିଲା ।  ପ୍ରତିଯୋଗିତାରେ ବିଜୟୀ ତଥା ପ୍ରଥମ ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଘୋଷଣା କରାଯାଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସର୍ବାଙ୍ଗ ସୁନ୍ଦର  ହୋଇପାରିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୧୦/୨୦୨୨----୯,୧୦ Sakhigopal News,31/10/2022

Blog Archive

Popular Posts