ରେମଣ୍ଡା ଫୁଟବଲ ମହୋତ୍ସବ; ବହଲପାଲି ଏକାଦଶ ଚମ୍ପିୟାନ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ଫାଇନାଲ ମ୍ୟାଚ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଫୁଟବଲ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓଡିଶା ବିଧାନ ସଭାର ବିରୋଧି ଦଳର ନେତା ଜୟ ନାରାୟଣ ମିଶ୍ର, ବିକାଶ ସ୍କୁଲ ଓ ବିକାଶ ମଲ୍ଟି ସ୍ପେଶାଲ ହସ୍ପିଟାଲ ର ପ୍ରତିଷ୍ଠାତା ଡି ମୂରଲୀ କ୍ରିଷ୍ଣା, ଛତିଶଗଡ ର ସି ଇ ଆର ଓ ପୁରନ୍ଦର ମିଶ୍ର, ଛତିଶଗଡ ବୈଷ୍ଣବ ମନ୍ଦିର ପ୍ରତିଷ୍ଠାତା ଗୁରୁଜୀ ସଦନ ତିୱାରୀ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନେ ରେମଣ୍ଡା ମାଁ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସରକାରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସ୍ଵାଧୀନତା ସଂଗ୍ରାମୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।
ଖେଳପଡିଆ ରେ ମାଁ ସମଲେଇଶ୍ବରୀ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ରେମଣ୍ଡା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ୧୪ ଜଣ ଦାୟାଦ ମାନଙ୍କୁ ପୁଷ୍ପମାଲ୍ଯ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହି ସମୟରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ପାଢୀଙ୍କୁ ମୁଖ୍ୟ ଅତିଥି ପୁଷ୍ପମାଲ୍ଯ ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ଏହାପରେ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନେ ଓ ଫୁଟବଲ ମହୋତ୍ସବ ର ଆୟୋଜକ କମିଟି ପକ୍ଷରୁ ଖେଳାଲି ମାନଙ୍କ ସହିତ ପରିଚୟ ପ୍ରଦାନ କରାଯାଇଥିଲା। ଫୁଟବଲ ମହୋତ୍ସବ ର ଉଦଯାପନୀ ଉତ୍ସବରେ ଡି ମୂରଲୀ କ୍ରିଷ୍ଣା, କୁଶ କୁମ୍ଭାର, ଗୋବିନ୍ଦ ନାଗ, ଉର୍କୁଲୁ ତାଣ୍ଡି ଓ ଫୁଟବଲ ମହୋତ୍ସବ ର ସଭାପତି ରାଧାକାନ୍ତ ଭୋଇ ଓ ଉପସଭାପତି ଗୋପାଲ ସେଟ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଫୁଟବଲ ମହୋତ୍ସବ ର ଶ୍ରେଷ୍ଠ ଖେଳାଳି ଶରତ ମଲ୍ଲିକ, ଶ୍ରେଷ୍ଠ ଗୋଲ୍ ରକ୍ଷକ ସୁବ୍ରତ ମହାରଣା ଜାମଡୋଲ , ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ମର୍ହାପାଲି ଦଳ, ଫାଇନାଲ ମ୍ୟାଚ ଶ୍ରେଷ୍ଠ ଖେଳାଳି ଆକାଶ ଦେ ବହଲପାଲି ଦଳ ଖେଳାଳି ପୁରସ୍କୃତ କରାଯାଇଥିଲା । ଧାରାବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ ନନ୍ଦ ଓ ଅବସର ପ୍ରାପ୍ତ ଖେଳ ଶିକ୍ଷକ ପର୍ଶୁରାମ ପାତ୍ର। ଖେଳ ପରିଚାଳନା ରେ ଶିବ ପ୍ରସାଦ ଖମାରୀ, ଶୁସାନ୍ତ ସାହୁ, ସରୋଜ ଖମାରି, ଯୋଗେଶ୍ଵର ସାହୁ, ଯଶୋବନ୍ତ ସେଟ, ବିପିନ ଭୋଇ, ଗଂଗାଧର ମେହେର, ରାଜ କିଶୋର ସାହୁ, ଉମାକାନ୍ତ ହଟେଇ,ଜଗମୋହନ ସେଠ, ଶମ୍ଭୁ ଖମାରୀ, ଅନ୍ୟାନ୍ୟ ବହୁ ସ୍ଵେଚ୍ଛାସେବୀ ପ୍ରମୁଖ ସହଯୋଗ କରିଥିଲେ। ରେମଣ୍ଡା ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ସମସ୍ତ କର୍ମକର୍ତ୍ତା ଓ ଫୁଟବଲ ପ୍ରେମୀ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।ପରିଶେଷରେ ଖେଳ ର ପତାକା ଅବତରଣ କରିଥିଲେ ଅତିଥି ଡି ମୂରଲୀ କ୍ରିଷ୍ଣା ଓ ଫୁଟବଲ ମହୋତ୍ସବ ର ସଭାପତି ଗୋପାଲ ଙ୍କୁ ହସ୍ତାନ୍ତର କରିଥିଲେ। ପରିଶେଷରେ ସମସ୍ତ ସହଯୋଗ ପାଇଁ ଦୀର୍ଘ ୧୫ ଦିନ ଫୁଟବଲ ମହୋତ୍ସବ ଆଜି ସମାପ୍ତ ହେଲାାବୋଲି ଶିବ ପ୍ରସାଦ ଖମାରୀ ଘୋଷଣା କରିଥିଲେ।