ମହାଭୈରବୀ ବେଶରେ ଦର୍ଶନ ଦେଲେ ମା ଦକ୍ଷିଣକାଳୀ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ତନ୍ତ୍ର ପୀଠ ବୀରଗୋବିନ୍ଦପୁର ଶାସନ ରେ ପୂଜିତ ମା' ଦକ୍ଷିଣକାଳୀ ମଙ୍ଗଳବାର ସକାଳେ ମହାଭୈରବୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ମହାଭୈରବୀ ବେଶ କାର୍ତ୍ତିକ ମାସରେ ଶ୍ୟାମାକାଳୀ ପୂଜା ଦିନ ଅର୍ଥାତ ବର୍ଷକୁ ଥରେ ଦେଖିବାକୁ ମିଳିଥାଏ। ଏହି ବେଶ ସୋମବାର ରାତିରେ ସେବାୟତମାନେ ସମସ୍ତ ନୀତି କାନ୍ତି କରିବା ପରେ ମହାଭୈରବି ବେଶ କରିଥିଲେ । ଏହି ପୀଠରେ ମା ବର୍ଷ ତମାମ ପଟ୍ଟଚିତ୍ର ରେ ପୂଜା ପାଇଥାନ୍ତି। ବର୍ଷକୁ ଥରେ ତାଙ୍କର ଏହି ଦୁଲର୍ବ ବେଶ ଦର୍ଶନ କରିବାର ସୁଯୋଗ ମିଳୁଥିବା ରୁ ଭକ୍ତଙ୍କ ଗହଳି ଲାଗିଥାଏ । ଏହି ବେଶ ରେ ମା ମୃଣ୍ମୟୀ ମୂର୍ତ୍ତି ରେ ପୂଜା ପାଇଥାନ୍ତି । ମୃଣ୍ମୟୀ ମୂର୍ତ୍ତି ପାଇଁ ମହାଶ୍ମାଶନରୁ ତିଥି ଅନୁଯାୟୀ ମୁଖ୍ୟ ସେବାୟତ ମାନଙ୍କ ଦ୍ଵାରା ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ସଂଗ୍ରହ କରାଯାଇଥାଏ । ଏ ବର୍ଷ ସୂର୍ଯ୍ୟ ପରାଗ ଲାଗିଥିବାରୁ ଭକ୍ତଙ୍କ ଗହଳି ସେପରି ନଥିଲା। ଯେଉଁ ଭକ୍ତ ମାନେ ଦର୍ଶନ କରିବା ପାଇଁ ଆସୁଥିଲେ ସେମାନେ ଶାନ୍ତି ଶୃଙ୍ଖଳା ସହିତ ମା'ଙ୍କୁ ଦର୍ଶନ କରିବା ସହ ପୂଜା କରିବା ପାଇଁ ସତ୍ୟବାଦୀ ପ୍ରଶାସନ ଓ ଗ୍ରାମ କୋଠ ସହିତ ସେବାୟତମାନେ ପ୍ରସ୍ତୁତ ରହିଛନ୍ତି । ଲୋକ ମାନଙ୍କର ଭିଡକୁ ଲକ୍ଷ୍ଯ କରି ଗ୍ରାମ ମୁଣ୍ଡରେ ଗାଡି ମଟର ରୋକାଯାଇଛି । ଗ୍ରାମ ଓ ମା'ଙ୍କ ପୀଠ ଚଳଚଞ୍ଚଳ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଗ୍ରାମ କୋଠ ଓ ସ୍ଥାନରେ ସରପଞ୍ଚ ଙ୍କ ସହଯୋଗ ରେ ରାସ୍ତା ଘାଟ ସଫେଇ କରାଯାଇଥିଲା। ଗ୍ରାମ ଦାଣ୍ଡରେ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଅଘଟଣକୁ ନଜର କରି ଦୀପ ଦୋକାନ ମନ୍ଦିର ଠାରୁ ଦୂରରେ କରାଯାଇଥିଲା। ଭକ୍ତ ମାନଙ୍କ ର ଗମନାଗମନ ସୁବିଧା ପାଇଁ ବାଇପାସ୍ ରାସ୍ତା ରେ ପୋଲିସ ବାହିନୀ ଉପସ୍ଥିତ ରହିଥିଲେ। ମନ୍ଦିର ନିକଟ ରେ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ଅଧିକାରୀ ମାନେ ସେଠାରେ ଉପସ୍ଥିତ ରହିଥିଲେ