ପଟ୍ଟନାୟିକିଆ ଛକରେ ମୋ ବସ ରହଣି ପାଇଁ ଦାବି
ସାକ୍ଷୀଗୋପାଳ----- ଭୁବନେଶ୍ୱର - ପୁରୀ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ମୋ ବସ ରହଣି ପାଇଁ ଏବେ ମୋର ଧରିଛି। ସତ୍ୟବାଦୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗରିବ ରଥ ଏବେ ଦାବି କରିଛି। ସୁଚନା ଯୋଗ୍ୟ ଯେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ତଥା ଐତିହ୍ୟ ଗ୍ରାମ ସୁଆଣ୍ଡୋକୁ ଏହି ଛକରୁ ଓହ୍ଲାଇ ଯିବାକୁ ପଡ଼େ । ଏହା ସହିତ ପଟ୍ଟନାୟିକିଆ ଛକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଐତିହ୍ୟସ୍ଥଳୀ ସମ୍ପର୍କରେ ସୂଚନା କେନ୍ଦ୍ର ରହିଛି। ମାତ୍ର ଏହି ଛକରେ ମୋ ବସ ରହୁନାହିଁ । ତୁରନ୍ତ ମୋ ବସ ରହଣି ପାଇଁ ମୁଖ୍ୟମନ୍ତ୍ରୀ ଓ ମୋ ସରକାର ୫ଟି ସଚ୍ଚିବ ନଜର ଦେବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗରିବ ରଥ ର ସଭାପତି ସନ୍ଦୀପ ମହାପାତ୍ର ଓ ଅନ୍ୟ ମାନେ ଦାବି କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୧୦/୨୦୨୨---୪,୨୦
Sakhigopal News,21/10/2022