Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି (DRUCC) ବୈଠକ




ଜଟଣୀ ---ଡିଭିଜନାଲ କନଫରେନ୍ସ ହଲରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ରେଳ ବ୍ୟବହାରକାରୀଙ୍କ ପରାମର୍ଶଦାତା କମିଟି (DRUCC)  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟଙ୍କ ଅଧ୍ୟକ୍ଷତାରେ ଏହି ବଠକ ଅନୁଷ୍ଠିତ ହୋଇଥିଲା। କମିଟିର ସଚିବ ତଥା  ବରିଷ୍ଠ ମଣ୍ଡଳ ବାଣିଜ୍ୟକ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଗତ ଦୁଇ ବର୍ଷ ମଧ୍ୟରେ ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ଡିଭିଜନ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ଏବଂ ଯାତ୍ରୀଙ୍କ ସୁବିଧା ସମ୍ବନ୍ଧରେ ସଂକ୍ଷିପ୍ତ ବର୍ଣ୍ଣନା କରିଥିଲେ। 
ଏହି ଅବସରରେ ଶ୍ରୀ ରିଙ୍କେଶ ରାୟ କହିଛନ୍ତି ଯେ ଏହି ବିଭାଗ ସର୍ବଦା ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଏବଂ ଟ୍ରେନର ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦେଇଥାଏ।  ଖୋର୍ଦ୍ଧା ରୋଡ଼ରେ ଥିବା ନୂତନ ଷ୍ଟେସନ୍ ବିଲଡିଂ ଭାରତୀୟ ରେଳ ରେ ଏକ ମଡେଲ୍ ଷ୍ଟେସନ୍ ରୂପେ ପରିଗଣିତ ହୋଇଛି । ଡିଭିଜନର ଆଉ 12 ଟି ଷ୍ଟେସନ ସମାନ ଢଙ୍ଗ ରେ  ପୁନଃ ବିକାଶ କରିବାକୁ ଯାଉଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଳ ବ୍ୟବହାରକାରୀଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା ପାଇଁ DRUCC ସଦସ୍ୟଙ୍କ ପରାମର୍ଶ ଅତ୍ୟନ୍ତ ଜରୁରୀ ଅଟେ। କମିଟିର ସଦସ୍ୟମାନେ FOB ର ବ୍ୟବସ୍ଥା ଏବଂ ସମ୍ପ୍ରସାରଣ, କେତେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଟ୍ରେନର ଅତିରିକ୍ତ ରହଣି, କିଛି ଟ୍ରେନର ସମ୍ପ୍ରସାରଣ , ମାର୍ଗ ପରିବର୍ତନ, କିଛି ରେଳ ଷ୍ଟେସନର ନାମ ପରିବର୍ତ୍ତନ, ଲିଫ୍ଟ ଯୋଗାଣ, ପ୍ଲାଟଫର୍ମ ସେଡ୍ ସମ୍ପ୍ରସାରଣ, ଟ୍ରେନରେ ପରିଷ୍କାର ପରିଚ୍ଛନ୍ନତା, ଷ୍ଟେସନରେ ସଠିକ୍ ଆଲୋକ ବ୍ୟବସ୍ଥା  ଇତ୍ୟାଦି ବିଷୟରେ ବିଭିନ୍ନ ପରାମର୍ଶ, ସୁପାରିଶ ଏବଂ ଦାବି ଉପସ୍ଥାପନ କରିଥିଲେ । କୋଭିଡ୍ ମହାମାରୀ ସମୟରେ କମିଟି ମଣ୍ଡଳ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ବିଭାଗକୁ ପ୍ରଶଂସା କରିଥିଲା ‌। ଶ୍ରୀ ରିଙ୍କେଶ ରୟ, ଡିଆରଏମ, ଖୋର୍ଦ୍ଧାରୋଡ଼, DRUCC ସଦସ୍ୟଙ୍କ ପରାମର୍ଶ, ସୁପାରିଶ ଏବଂ ଦାବିଗୁଡିକର ଉତ୍ତରରେ ନିଶ୍ଚିତ କରିଛନ୍ତି ଯେ ସମ୍ଭାବ୍ୟତା ଏବଂ ନିୟମ ଅନୁଯାୟୀ ଏହି କାର୍ଯ୍ୟଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।DRUCC ସଦସ୍ୟ, ଶ୍ରୀ ଆର.କେ.ସାରଙ୍ଗୀ, ଶ୍ରୀ ଗୁରୁ ଚରଣ ରାୟ, ଶ୍ରୀ ଶିବ କୁମାର ଅଗ୍ରୱାଲ, ଶ୍ରୀ ଧର୍ମେଶ ନାୟକ, ଶ୍ରୀ ଶିଶିର କୁମାର ମିଶ୍ର, ଶ୍ରୀ ଗଦାଧର ସାହୁ, ଶ୍ରୀ ବିଶ୍ୱ ରଂଜନ ମହାନ୍ତି, ଶ୍ରୀ ବିଜୟ କୁମାର ଧଳ, ମହମ୍ମଦ ଫାରୁକ, ଶ୍ରୀ ପ୍ରତାପ କୁମାର ଚାମୁପତି ଏବଂ ଶ୍ରୀ ଆଲୋକ କୁମାର ମହାନ୍ତି, ଏହି ସଭାରେ ଉପସ୍ଥିତ ଥିଲେ। ଏହି ବୈଠକ ରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ବିଭାଗର ଶାଖା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୦/୧୦/୨୦୨୨---୯,୧୦ Sakhigopal News,20/10/2022

Blog Archive

Popular Posts