Breaking News

ସାକ୍ଷୀଗୋପାଳ ବ୍ୟବସାୟୀ ଓ ବ୍ୟବସାୟୀ ସଂଘ ସତ୍ୟବାଦୀ ପ୍ରଶାସନ ସହ ଆଲୋଚନା କଲା

 
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ବରେ ଅସ୍ଥାୟୀ ଦୋକାନ ବଜାର ଖୋଲିଥିଲା। ଏଥିଯୋଗୁ ସବୁ ସମୟରେ ରାସ୍ତା ଜାମ ରହୁଥିଲା । ଅନ୍ୟ ପକ୍ଷେ ପୁରୀ ଜିଲ୍ଲାର ଦୁତୀୟ ଗଣପର୍ବ ସାକ୍ଷୀଗୋପାଳର ଅଁଳା ନବମୀ ଯାତ୍ରା । ଆସନ୍ତା ୨ତାରିଖରେ ଏହି ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ଥିବା ସମସ୍ତ ଅସ୍ଥାୟୀ ଦୋକାନ ବଜାର ଉଠାଇ ଦେଇଛନ୍ତି। ଆଜି ସତ୍ଯବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଙ୍କ କାର୍ଯ୍ୟାଳୟ ପରିସରରେ ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ର କର୍ମକର୍ତ୍ତା ଓ ବ୍ୟବସାୟୀ ମାନଙ୍କ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଯୋଗ ଦେଇ ସାକ୍ଷୀଗୋପାଳ ବଜାର ରାସ୍ତା ରେ କେହି ଅସ୍ଥାୟୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମସ୍ତ ଅସ୍ଥାୟୀ ଦୋକାନୀ ଓ ଚାଷୀ ମାନେ ସେମାନଙ୍କ ଉତ୍ପାଦନ ସାମଗ୍ରୀ ଗୁଡିକ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ସ୍ଥିରୀକୃତ ସ୍ଥାନରେ ବସିକି ବିକ୍ରୟ କରିପାରିବେ। ଏବେ ଠାରୁ ନାମ ଓ ବ୍ୟବସାୟୀ କରିବା ପାଇଁ ସ୍ଥାନ ସଂରକ୍ଷିତ ରଖିବାକୁ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଉପସ୍ଥିତ ଥିବା ବ୍ୟବସାୟୀ ମାନଙ୍କୁ କୁହାଯାଇଛି। ବ୍ୟବସାୟୀ ମାନଙ୍କ ଠାରୁ ପ୍ରତିଦିନ ୧୦ଟଙ୍କା ଆଦାୟ କରାଯିବ । କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସାୟୀ ପିଣ୍ଡି ସଫେଇ ଆଲୋକୀରଣ ସୁବିଧା ଯୋଗାଇଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯେଉଁ ବ୍ୟବସାୟୀମାନେ ଏହି ନିୟମ ଭାଙ୍ଗିବେ ବା ରାସ୍ତା ଅବରୋଧ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂ କହିଛନ୍ତି
। ସତ୍ୟବାଦୀ ବିଡ଼ିଓ, ଥାନା ଅଧିକାରୀ ଙ୍କ ଅବଗତି ନିମନ୍ତେ ଦିଆଯାଇଛି। ଏହି ଆଲୋଚନାରେ ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ବ୍ୟବସାୟୀ ସଂଘ ର ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ର ହିସାବ ନୀରିକ୍ଷକ ଜଗତଜ୍ଯୋତି ସାହୁ ଓ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୦/୨୦୨୨----୯,୧୦ Sakhigopal News,29/10/2022

Blog Archive

Popular Posts