Breaking News

କିଆଝର ପଞ୍ଚାୟତର ଭୋଡଙ୍ଗପଲି ଗାଁରେ ଅଧା ପନ୍ତରିଆଭାବେ ପଡି ରହିଛି ଅଙ୍ଗନବାଡ଼ି ଗୃହ

 



ନୟାଗଡ---ସରକାର କୋମଳ ମତି ଛୋଟ ଛୋଟ ଶିଶୁ ବିକାଶ ପାଇଁ କରିଛନ୍ତି ଅଙ୍ଗନବାଡି କେନ୍ଦ୍ର ।ତେବେ ଏଥିପାଇଁ ଖର୍ଚ୍ଚ କରାଯାଉଛି ଲକ୍ଷ ଲକ୍ଷ ଟଙ୍କା।  ପିଲାଙ୍କ ଶିକ୍ଷା ଦାନ ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ଘର ନିର୍ମାଣ ନିମନ୍ତେ ଅନୁଦାନ।କିନ୍ତୁ ପ୍ରକୃତ ପକ୍ଷେ ଘରନିର୍ମାଣ କରାନଯାଇ ଅନେକ ସ୍ଥାନରେ ଅଧା ପନ୍ତରିଆଭାବେ ପଡି ରହିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତର ଭୋଡଙ୍ଗ ପଲି ଓ ବଡଖଜୁ ରିଆ ଠାରେ ନିର୍ମାଣ ହୋଇଥିବା ଅଙ୍ଗନବାଡି କେନ୍ଦ୍ର ।  ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ଖଣ୍ଡପଡ଼ା ବ୍ଲକ ପକ୍ଷରୁ ଭୋଡଙ୍ଗପଲିଗାଁରେ କରାଯାଇ ଥିବାବେଳେ ଏଥିପାଇଁ ପାଞ୍ଚ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । ତେବେ ଏହା ମନେରଗା ଯୋଜନାରେ ନିର୍ମାଣ କରାଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ଲଗାଯାଇଛି ବ୍ଳକ ।  ଘରଟି ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି।କାର୍ଯ୍ୟର କୋର୍ଡ ନମ୍ବର୍ 2422006av1047461ବୋଲି ଉଲେଖ ଅଛି।କିନ୍ତୁ ଏଠି ପ୍ରଶ୍ନ ହେଉଛି କାମ ସରିବାରଫଳକ ମରା ଯାଇଥିବା ବେଳେ ଅନ୍ୟ ପକ୍ଷେ ଦେଖିବାକୁ ଗଲେ ଘରଟି ସମ୍ପୁର୍ଣ୍ଣ ନ ହେବାର କାରଣ କଣ।ବିଭାଗୀୟ ଅଧିକାରୀଙ୍କ ନଜରରେ ଏହା ଅଛି ନା ନାହିଁ ପ୍ରଶ୍ନବାଚି ସୃଷ୍ଟି କରୁଛି।ଏହିପରି ବଡ ଖଜୁରିଆ ଠାରେ ଏକ ଅଙ୍ଗନବାଡ଼ି ଗୃହଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଦୀର୍ଘଚାରି ବର୍ଷ ରୁ ଉର୍ଦ୍ଧ୍ବ ପଡିରହିଛି।ଛୋଟ ଛୋଟ ପିଲାମାନଙ୍କ ଶିକ୍ଷା ଦାନ ନିମନ୍ତେ ହନ୍ତସନ୍ତ ହେଉଥିବା ବେଳେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ କିଭଳି ନିଦାବିଷ୍ଣୁ ସାଜିଛି  ଏହି ଫଟୋ କହୁଛି ଆମେ କିଛି କହୁନାହୁଁ। ସମୟ ଅଛି ନୀରିହ କୋମଳମତି ପିଲାଙ୍କ ନିଃଶ୍ବାସ ପଡ଼ିବା ଆଗରୁ ବଦଳିବା ସହ ନୟାଗଡ଼ ଜିଲ୍ଲାପାଳ ନଜର ଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୮/୧୦/୨୦୨୨----୯,୪୫  Sakhigopal News 28/10/2022

Blog Archive

Popular Posts