ଡମପଡ଼ା ବ୍ଲକ ବି.ଡି.ଓଙ୍କ ବିରୁଦ୍ଧରେ ଭି.ଆର.ପିଙ୍କ ବାଙ୍କୀ ଥାନାରେ ଏତଲା
କଟକ/ବାଙ୍କୀ---- କଟକ ଜିଲ୍ଲାର ଡମପଡ଼ା ବ୍ଲକ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛି । ଏବୃ ବ୍ଲକର ଏ.ପି.ଓ ଏବଂ ବିଡିଓଙ୍କ ନାମରେ ପଞ୍ଚାୟତ ମାନଙ୍କରେ ନିଯୁକ୍ତି ହୋଇଥିବା ଭି.ଆର.ପିମାନେ ଥାନାରେ ଏତଲା କରିଛନ୍ତି । ଯାହାକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ସୋଇଛି। ଘଟଣାରୁ ଜଣାଯାଇଛି ଯେ ଭି.ଆର.ପି ମାନଙ୍କୁ ବିଭିନ୍ନ ପଞ୍ଚାୟତର କାର୍ଯ୍ୟ ସରିବା ପରେ ଅଡିଟ୍ କରିବା ପାଇଁ ନିୟୋଜିତ କରାଯାଇଛି । ତେବେ ସେମାନେ ସେମାନଙ୍କ କାର୍ଯ୍ୟ ସୂଚାରୁ ରୂପେ କରୁଥିବା ବେଳେ ବ୍ଲକର ଏପିଓ ଏବଂ ବିଡିଓ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇ ଗାଳିଗୁଲଜ ଏବଂ ଅଭଦ୍ରୋଚିତ ଆଚରଣ କରୁଛନ୍ତି ବୋଲି ମହିଳାମାନେ ବାଙ୍କୀ ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ବ୍ଲକର ଭି.ଆର.ପି ସଂଯୁକ୍ତା ସାହୁ, ରିଙ୍କି ସାହୁ, ସରୋଜିନୀ ପ୍ରଧାନ, ଲିନା ମହାନ୍ତି, ସତ୍ୟଭାମା ପାଣି, ସ୍ୱର୍ଣ୍ଣଲତା ପ୍ରଧାନ, ମିନତୀ ମହାନ୍ତି, ରମ୍ଭା ମନ୍ତ୍ରୀ, ବିଷ୍ଣପ୍ରିୟା ସ୍ୱାଇଁ, ମମତା ରାଉତ, ଅନୁଶ୍ୱୟା ପ୍ରଧାନ, ରୁନୁ ଜେନା, ମମତା ରାଉତ, ତୃପ୍ତି ମୟୀ ନାୟକ, ସୁଚିତ୍ରା ସାହୁ, ଦୀପା ପରିଡା, ଜୟଶ୍ରୀ ରାଉତ, ଲକ୍ଷ୍ମୀ ପ୍ରିୟା ବେହେରା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ବ୍ଲକର ଏ.ପି.ଓ ଏବଂ ବି.ଡି.ଓ ଅନୈତିକ ଉପାୟରେ ଜନସାଧାରଣଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ବାଧ୍ୟ କରୁଥିବା ବେଳେ ଏଥିରେ ଭି.ଆର.ପିମାନେ ଅମଙ୍ଗ ହେବାରୁ ସେମାନଙ୍କୁ ଅଶାଳିନ ଗାଳିଗୁଲଜ କରାଯିବା ସହିତ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଭି.ଆର.ପି ମହିଳାମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଥାନାର ଏ ନେଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏଥି ସହିତ ପୂର୍ବରୁ ଡମପଡ଼ା ବ୍ଲକ ବିଡିଓ ବ୍ଲକର ବି.ଏସ୍.ଏଙ୍କୁ ଅର୍ଥ ମାଗିଥିବା ବେଳେ ସଂପୃକ୍ତ ବିଏସ୍ଏ ଟଙ୍କା ନଦେବାରୁ ତାଙ୍କୁ ମାଡମାରିଥିବା ବାଙ୍କୀ ଥାନାରେ ଅଭିଯୋଗ ହେବା ସହ କଟକ ଜିଲ୍ଲାପାଳ, ବାଙ୍କୀ ଉପଜିଲ୍ଲାପାଳ, ନିର୍ଦ୍ଦେଶକ ଓ ଏସ୍ଏସ୍ଏଟି ଏବଂ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କୁ ବିଏସ୍ଏ ରଶ୍ମୀରଞ୍ଜନ ରାଉତରାୟ ଲିଖିତ ଭାବେ ଜଣାଇଥିଲେ । ଏ ସଂପର୍କରେ ଆମେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ର୍ରି୍ୟାରେ କହିଲେ ଏ ସଂପର୍କରେ ଅଭିଯୋଗ ମିଳିଛି । ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଅନ୍ୟପଟେ ବ୍ଲକ ବିଡିଓ ଶ୍ୟାମଳ କୁମାର ରାୟଙ୍କୁ ଯୋଗାଯୋଗ କରିବାରୁ ଘଟଣାକୁ ଖଣ୍ଡନ କରିବା ସହିତ ଜୈନିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଭି.ଆର.ପିମାନେ ଏଭଳି ଅଭିଯୋଗ କରିଥିବା ପ୍ରକାଶ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହ ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୧୮/୧୦/୨୦୨୨----୮,୨୦
Sakhigopal News,18/10/2022