Breaking News

ବୈଦେଶ୍ୱର କାଜୁ ପଡ଼ିଆରୁ ନାଲି ମୋରମ ଚୋରାଚାଲାଣ



 ବାଙ୍କୀ- କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ  ଥିବା କାଜୁ ବଗିଚା ମଧ୳ରୁ ନାଲି ମୋରମ ଚୋରା କାରବାର ଖୁବ୍ ଯୋର ଯୋରରେ ଚାଲୁଛି। ସ୍ଥାନୀୟ ଅଞ୍ଚଳରୁ ପ୍ରକାଶ ଯେ ଏହା ହେଉଛି ଅଫିସର ଓ ମାଫିଆଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି।ଏହି ଚୋରା କାରବାର ହେତୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ସରକାରଙ୍କ ହାନି ହେଉଛି।ଏହାର ପରିଣାମ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ଭୋଗିବାକୁ ପଡୁଛି। ସରକାର ଯଦି ବିଧିବଧ ଭାବେ ନିଲାମ ଦିଆଯାଇ କାର୍ଯ୳ କରାଯାଇ ପାରନ୍ତା ତାହାଲେ ସ୍ଥାନୀୟ ଲୋକଙ୍କର ଉନ୍ନତି ହୋଇପାରନ୍ତା । ତତ୍ ସହିତ ସରକାରଙ୍କର ମଧ୳ ରାଜସ୍ୱ ଲାଭ ହୋଇ ପାରିବ। ନଚେତ ତୁରନ୍ତ  ଚୋରା ମୋରମ ଖଣି ବନ୍ଦ କରନ୍ତୁ ,ନଚେତ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ରାଜରାସ୍ଥାକୁ ଓହ୍ଲାଇ ବାକୁ ଚେତାବନୀ ଦେଇଛନ୍ତି।

 କଟକରୁ ମୃତୁ୳ଞୟ ପ୍ରଧାନଙ୍କ ସହିତ ବାଙ୍କୀ ରୁ ରମେଶ ପଣ୍ଡାଙ୍କ ରିପୋର୍ଟ -୨୯/୧୦/୨୦୨୨--୯,୫୫ Sakhigopal News 29/10/2022

Blog Archive

Popular Posts