Breaking News

ସଇଁନ୍ତଲା ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ




ବଲାଙ୍ଗିର---- ବଲାଙ୍ଗିର, ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ -ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଦଘାଟିତ ଉତ୍ସବ ରେ ଧନେଶ୍ୱର ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପୂର୍ବତନ ବିଆରସିସି ତପନ କୁମାର ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ  ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହାଦେବ ମିଶ୍ର ସମ୍ମାନିତ ଅତିଥି ,କନ୍ୟା ଆଶ୍ରମ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।ବିଆରସିସି ନାରାୟଣ ଭୋଇ କାର୍ଯ୍ୟକ୍ରମ ଉଦ୍ଧେଶ୍ୟରେ ଜ୍ଞାପନ କରିଥିବା ବେଳେ ଜିଲ୍ଲା ଶିକ୍ଷକ ସଂଘର ଜେନେରାଲ ସମ୍ପାଦକ  ପ୍ରକାଶ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ କ୍ଷେତ୍ରପତି ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ ,ଚିତ୍ର ଅଙ୍କନ ଭଳି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।୩୦୦ ଜଣ ଛାତ୍ରଛାତ୍ରୀ ମାନେ ଏହି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ବିଆରସିସି ନାରାୟଣ ଭୋଇ,ଏବିଇଓ ମହାଦେବ ମିଶ୍ର, ପୂର୍ବତନ ବିଆରସିସି ତପନ କୁମାର ଦାଶ, ଯୁବ ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ତରୁଣ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନନ୍ତ ବଗର୍ତ୍ତି, ବିନୋଦ ନାଗ,ନାରାୟଣ ଜାଲ,ସୁହାସିନୀ ମିଶ୍ର, କ୍ଷୀର ସିନ୍ଧୁ ମହାନନ୍ଦ,ସରୋଜ ବୈଠାରୁ,ପ୍ରବୀଣ ମଲ୍ଲିକ, କ୍ଷେତ୍ରପତି ଜାଲ,ଆଦିତ୍ୟ ରଣା , ସନ୍ତୋଷ ଗୁପ୍ତା, ରିନୁ ସାହୁ,ହରିଣ ମୟୀ ପୃଷେଠ,ଜୟ ଶଙ୍କର ଶତପଥି,ଚିନ୍ତାମଣି ସାହୁ,ଗଣେଶ ତାଣ୍ଡି, ମନ ଧର ଦୀପ,ରବି ଶଙ୍କର ତ୍ରିପାଠୀ, ଶେଷଦେବ ପଧାନ,ଅଜୟ ଖୁଣ୍ଟିଆ, ଶୁଭ୍ରାଂଶୁ ନାଏକ, ପ୍ରମୋଦ ବୁଡେକ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୭/୧୦/୨୦୨୨---୯,୨୫  Sakhigopal News,27/10/2022

Blog Archive

Popular Posts