Breaking News

ସତ୍ୟବାଦୀ ବ୍ଳକ ପିଇଓ ସଂଘର କର୍ମକର୍ତ୍ତା ଚୟନ

 
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ପିଇଓ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସାକ୍ଷୀଗୋପାଳ ବ୍ଲକ ଛକ ନିକଟ ବାଟ ମହାବୀରଙ୍କ ମନ୍ଦିର ପ୍ରାଙ୍ଗଣରେ ପେଣ୍ଠପଡା ଓ କାଦୁଆ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ବାଇଁଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ପଞ୍ଚାୟତର ପିଇଓ ମାନେ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ପରେ ସତ୍ୟବାଦୀ ସଂଘର  କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ବିଜୟ କୁମାର ନାୟକ, ଉପସଭାପତି ଭାବେ ନବୀନ କୁମାର ସାହୁ, ସମ୍ପାଦକ ହେମନ୍ତ କୁମାର ତ୍ରିପାଠୀ,ସହ ସମ୍ପାଦକ ବିଜୟ କୁମାର ବେହେରା, କୋଷାଧ୍ୟକ୍ଷ ମୋନାଲିସା ରାଏ ଓ ମୁଖ୍ୟ ଉପଦେଷ୍ଟା ଭାବେ ଫକୀର ଚରଣ ମାହରଣାଙ୍କୁ ନିର୍ବାଚିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ପାଇକରାୟ,ଚନ୍ଦନା ସେଠୀ,ସୁବାସିତ ବେହେରା, ସୁଷମା ମଲ୍ଲିକ, ସତ୍ୟରଞ୍ଜନ ସେଠୀ ଓ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ଭାବେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗଦେଇ ମିଳିମିଶି କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ପିଇଓ ମାନଙ୍କୁ କହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧୦/୨୦୨୨---୬,୨୦ Sakhigopal News,22/10/2022

Blog Archive

Popular Posts